ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

କଳାହାଣ୍ଡି ର ଲୋକନୃତ୍ୟ ଘୁମୁରା କୁ ଆହୁରି ସମୃଦ୍ଧ କରିବା ଉଦ୍ଦେଶ୍ୟ ରେ ରାଜ୍ୟ ସଂସ୍କତି ବିଭାଗ ଆନୁକଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ମାଆ ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି।ଜିଲ୍ଲାପାଳ ପି,ଅନ୍ୱେଷା ରେଡ୍ଡୀ ଏହି ପ୍ରଶିକ୍ଷଣ କେନ୍ଦ୍ର ର ଶୁଭ ଉଦ୍ଘାଟନ କରିବା ସହିତ, ପ୍ରଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା ର ନୂତନ ସଂସ୍କୃତି ଭବନ ନିର୍ମାଣ ପରେ ସେଠାରେ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ଏବଂ ଲୋକ ନୃତ୍ୟ ଘୁମୁରା କୁ ଆହୁରି ସମୃଦ୍ଧ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ସହଯୋଗ କରିବ ବୋଲି କହିଥିଲେ । ଜିଲ୍ଲାପାଳ ଙ୍କ ସମେତ କଳାହାଣ୍ଡିର ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ କୁମାର ବେହେରା, ଅଶୋକ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ଘୁମୁରା ଗୁରୁ ସୁରୁ ବାରିକ, ତିର୍ଥରାଜ ଦଳପତି, ମାଆ ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ର ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ, ଚୈତନ୍ୟ ରାଉତ ପ୍ରମୁଖ ମଞ୍ଚାସିନ ରହିଥିଲେ । ପ୍ରଶିକ୍ଷଣ କେନ୍ଦ୍ର ରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ତିରିଶ ଜଣ ଉତ୍ସାହୀ ଘୁମୁରା ପ୍ରେମୀ ଯୁବକ ଙ୍କୁ ତାଲିମ ପ୍ରଦାନ କରାଯିବ ଏବଂ ଏହି ତାଲିମ ପରେ ସମସ୍ତେ ଉଚ୍ଚକୋଟୀର ଘୁମୁରା ପ୍ରଦର୍ଶନ କରିବେ ବୋଲି ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶ୍ରୀ ପଣ୍ଡା ସୂଚନା ଦେବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଓ ଶେଷ ରେ ଘୁମୁରା ନୃତ୍ୟ ପ୍ରଦର୍ଶନ କରା ଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସନ୍ତୋଷ କୁମାର ତୁଳ ପାଇବେ ଦେବଗିରି ବାର୍ତ୍ତା ସମ୍ମାନ

masiha

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

Sunil Chandra Nayak

ସଡ଼କ ବିଜୁଳିରୁ ବଞ୍ଚୁତ ନିୟମଗିରିର ଡଙ୍ଗରିଆ

Sunil Chandra Nayak

Leave a Comment

error: Content is protected !!