ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର 

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର 

ଆଜି ଯୁବ ରେଡ କ୍ରସ , ରେଡ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନା ଅନୁଷ୍ଠାନ ତରଫରୁ, ମିଳିତ ସହଯୋଗ ରେ,  ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ , ପୁରୁଣାକଟକ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା lଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ତାରେଣିଆ, ଓ ତାଙ୍କର ସହଯୋଗୀ ଅଧ୍ୟାପକ ଶ୍ରୀ ସୁରେଶ ଜ୍ୟୋଷି, ଶ୍ରୀ ରଞ୍ଜିତ ସାମଲ ଓ ଶ୍ରୀମତୀ ସୁଷମା ରାଣୀ ବହିଦାର ତଥା ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନେ ରକ୍ତ ଦାନ କରିଥିଲେ l ତହସିଲଦାର ଶ୍ରୀ ବଳଦେବ ବେହେରା ଉପସ୍ଥିତ ରହି, ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଆଗାମୀ ମେ ମାସ 10 ତାରିଖ ରବିବାର ରେ ଲୁଣିବହାଲ ଠାରେ, ରକ୍ତ ଦାନ ଶିବିର କରିବା ପାଇଁ, ବ୍ଲଡ଼ ବ୍ୟାଙ୍କ ଅଫିସର, ତଥା କର୍ମଚାରୀ ଙ୍କ ସାଙ୍ଗେ ଆଲୋଚନା କରି ମୁଟୁ ଭାଇ ଓ ସୁବ୍ରତ ଭାଇ ନିଶ୍ଚିତ କଲେ l ଏଭଳି ପ୍ରତି ଗ୍ରାମ ପଞ୍ଚାୟତ କେନ୍ଦ୍ର ଚାରିଛକ୍, ସଙ୍କୁଳାଇ, ଟିଲେଶ୍ୱର୍, ପିତାମ୍ବରପୁର, ପୁରୁଣlକଟକ ଠାରେ ରକ୍ତ ଦାନ ଶିବିର ଆଗାମୀ ଦିନରେ କରିବା ପାଇଁ ଯୋଜନା ସ୍ଥିର ହୋଇଛି lଏହା ଦ୍ଵାରା ରକ୍ତ ର ଅଭାବ ରହିବ ନାଇଁ ଓ ତତ୍ ସଙ୍ଗେ ସଙ୍ଗେ ଜନ ସଚେତନା କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବବୋଲି ଆଲୋଚନା ହୋଇଛି l

ଅରୁଣ କୁମାର ମାଣ୍ଡିଲି ଙ୍କ ରିପୋର୍ଟ୍ 

Related posts

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ

masiha

ନବମ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ।ଧାରଣାରେ ସାମିଲହେଲେ ଗୋଲାମୁଣ୍ଡାବାସୀ

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!