ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଗୃହ ତିଆରି କରିବେ କେଉଁ ଠାରେ ଅସହାୟ ମହିଳା ? ନିଜେ ଅଧିଗ୍ରହଣ କରି ଥିବା ଘର ଡିହରେ ଘର ନ କରିବାକୁ କିଛି ମୁଷ୍ଟି ମେୟ ଲୋକଙ୍କ ବିରୋଧ

ବନ୍ଧୁଗାଁ ତା ୨/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡ଼ି ପଞ୍ଚାୟତ ସଦର ସାହିର ସ୍ୱାମୀ ଶାଶୁ ଶ୍ୱଶୁର ଙ୍କ ଦ୍ଵାରା ନିର୍ଯ୍ୟାତିତ ମହିଳା ଜଣକ ସରକାରଙ୍କ ତରଫରୁ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କରିବା ପାଇଁ ଦଖଲ କରି ଥିବା ଘର ଡିହ ଜମିକୁ ନେଇ କିଛି ମୁଷ୍ଟି ମେୟ ଲୋକଙ୍କ ଦ୍ଵାରା ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳୁଛି। ନିଲାବାଡି ହରିଜନ ବସ୍ତିର କୁନୀ ମହାନ୍ଧିଆ ବିବାହିତ ମହିଳା ଜଣକ ବୁର୍ଜା ଗ୍ରାମର ସାମନ୍ତ ମହାନ୍ଧିଆ ଙ୍କୁ ବିବାହ କରି ଦୁଇଟି ପୁତ୍ର ସନ୍ତାନ ଥିବା ଜଣା ପଡିଛି। ମହିଳା ଜଣକଙ୍କ ବୟାନ ଅନୁଯାଇ ତାଙ୍କୁ ନିଜ ବିବାହିତ ସ୍ୱାମୀ ଓ ଶଶୁର ନିଜ ଘରେ ରଖାଇ ନ ଦେଇ ଅନେକ ଥର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଏଥିପାଇଁ ମୁଁ ସେମାନଙ୍କ ନାମରେ ଥାନାରେ ଏତଲା ଦେଇ ଆଉ ମୁଁ ସ୍ୱାମୀ ଓ ଶଶୁରଙ୍କ ଘରକୁ ଯିବି ନାହିଁ। ସେଠାରେ ଗଲେ ମୋ ଜୀବନ ପ୍ରତି ବିପଦ ଥିବା କହି ଆଜି ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିକ ପାଇଛି ତାହା ନିର୍ମାଣ କରି ଦୁଃଖ କଷ୍ଟରେ ଆଶ୍ରୟ ନେବାକୁ ନିଷ୍ପତି ନେଇଥିବା କହିଛନ୍ତି। ମୁଁ ପାଇଥିବା ଗୃହ କେଉଁ ଠାରେ ନିର୍ମାଣ କରିବି ନିଜର ଘର ଡିହ ନ ଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଗାଁ ପାଖରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟକୁ ଲାଗି ଅଳ୍ପ ଅନାବାଦି ଘର ଡିହ କୁ ଚିହ୍ନଟ କରି ଜଙ୍ଗଲକୁ ସଫା ସୁତୁରା କରି ପଲିଥିନ ଟାଙ୍ଗି ତଳେ ଆଶ୍ରୟ ନେଇଛନ୍ତି। ଏହି ଘର ଡିହ ଅଧିଗ୍ରହଣ କୁ ନେଇ ଗାଁର କିଛି ଲୋକ ଓ ଦୁଇଜଣ ମାଆ ଓ ଝିଅ ବିରୋଧ କରି ଉକ୍ତ ଜମି ଆମେ ସଫା ସୁତୁରା କରିଛୁ ତେଣୁ ଘର କରି ବାକୁ ସେଠାରେ ଦେବୁ ନାହିଁ କହୁଛନ୍ତି। କିନ୍ତୁ ଗାଁର ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ନିର୍ଯାତିତା ମହିଳା ଜଣକ ନ୍ୟାୟ ପାଇବା ଉଚିତ କହୁଥିବା ଜାଣିବାକୁ ମିଳିଛି। ତେବେ କିପରି ନିର୍ଯ୍ୟାତିତ ମହିଳା ଘର ଖଣ୍ଡିକ ତିଆରି କରିବାକୁ ଉକ୍ତ ଜମି ରେ ଅଧିକାର ପାଇବେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ନ୍ୟାୟ ପାଇବା ପାଇଁ ଆଶା ବାନ୍ଧିଥିବା ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଧାମରା ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

Sunil Chandra Nayak

ବିସ୍ଥାପିତଙ୍କୁ ନିଯୁକ୍ତି, ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ. ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଉଠାଇଲେ ବିଧାୟକ ଶ୍ରୀ ତନ୍ତୀ

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

masiha

Leave a Comment

error: Content is protected !!