ବିପିୟୁଟି ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଉରକେଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ରାଉରକେଲା ୨୧/୬, ଆଜି ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ଅମୀୟ କୁମାର ରଥଙ୍କ ସଭାପତିତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ପ୍ରଥମେ ଡ. ମନୋଜ କୁମାର ସାହୁ, ବିଶ୍ବବିଦ୍ୟାଳୟ ଯୋଗ ସଂଯୋଜକ ସ୍ବାଗତ ଭାଷଣ ଦେଇ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ। ବିଷଣ ଚରଣ ପାତ୍ର, ସଂଯୋଜକ ଯୋଗ ମହୋତ୍ସବ ସମିତି ନିଜର ବକ୍ତବ୍ୟରେ କିପରି ଶରୀର, ମନ ବ୍ୟତିରେକ ସୁସ୍ଥ ସମାଜ ଓ ଦୃଢ ରାଷ୍ଟ୍ର ଗଠନରେ ସହାୟକ ହେଉଛି, ଆଲୋକପାତ କରିଥିଲେ। କୁଳପତି ପ୍ରଧ୍ୟାପକ ଅମୀୟ କୁମାର ରଥ, ପ୍ରାଗ୍-ଐତିହାସିକ ସମୟରୁ ଯୋଗ କିପରି ମାନବ ସମାଜ ଗଠନରେ ସହାୟକ ହୋଇଛି ତାହା ଉପରେ ଆଲୋକପାତ କରିଥିଲେ। ଏଥିସହିତ ବି.ପି.ୟୁ.ଟିରେ ଏକ ଯୋଗ କେନ୍ଦ୍ର ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ମୁଖ୍ୟ ଅତିଥି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଯୋଗକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ୨୧ ଜୁନକୁ ଆନ୍ତର୍ଜାତୀୟ ଯୋଗ ଦିବସର ମାନ୍ୟତା ହାସଲ କରାଇବାରେ କିପରି ସଫଳ ହୋଇଛନ୍ତି ତା ଉପରେ ଆଲୋକପାତ କରିଥିଲେ। ରାଉରକେଲା ଯୋଗ ମହୋତ୍ସବ ସମିତିର ଲତିକା ପଟ୍ଟନାୟକ ଯୋଗ କିପରି ମଣିଷକୁ ସୁସ୍ଥ ରଖିବ ଓ ଅଯଥା ଅର୍ଥବ୍ୟୟରୁ ମୁକ୍ତି ଦେବ ସେ ଉପରେ ବକ୍ତବ୍ୟ ରଖିଥିଲେ। ଶିବପ୍ରସାଦ ଦାଶ ଓ ସି.ୟ.ପି.ଜି.ଏସର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଧ୍ଯାପକ ଶିବକୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିବପ୍ର ଓଁମାର ପ୍ରିୟଦର୍ଶୀ ମଂଚ ପରିଚାଳନା କରିଥିଲେ। ସକାଳ ୭ଟାରୁ ୭ଟା ୫୦ ପର୍ଯ୍ୟନ୍ତ ସାଧାରଣ ଯୋଗ ନିୟମ ଅନୁସାରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଏବଂ ସ୍ଥାନୀୟ ଜନତା ଯୋଗାଭ୍ୟାସ କରିଥିଲେ।
ସେହିପରି ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି। ସୁସ୍ଥ ଓ ନିରୋଗ ଜୀବନ ପାଇଁ ଯୋଗ କରିବା ଆବଶ୍ୟକତାକୁ ବିପ୍ର ଫାଉଣ୍ଡେସନ ପରିବାର ପକ୍ଷରୁ ରାଉରକେଲା ଯୋଗ ଶିକ୍ଷକ ଶଶିକାନ୍ତ ଯୋଶୀଙ୍କ ନେତୃତ୍ୱରେ ତ୍ରିଶକ୍ତି ଧାମ ପରିସରରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଅନୁଷ୍ଠାନର ଉପସଭାପତି ରାଜେଶ ଶର୍ମା ଯୋଗ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବିପ୍ର ଫାଉଣ୍ଡେସନର ସଭାପତି ସୁଭାଷ ଯୋଶୀ ଏବଂ ମହିଳା ସେଲ ସଭାପତି ସୀମା ଚୌମଲ ଯୋଗାଚାର୍ଯ୍ୟ ଶଶିକାନ୍ତ ଜୋଶୀଙ୍କୁ ବ୍ରାହ୍ମଣ ଉତ୍କଳ ଏବଂ ଉଦ୍ଭିଦ ହାଣ୍ଡି ପ୍ରଦାନ କରି କୃତଜ୍ଞତା ଜଣାଇଛନ୍ତି। ବିପ୍ର ଫାଉଣ୍ଡେସନର ଓଡିଶା ପ୍ରାଦେଶିକ ସାଧାରଣ ସମ୍ପାଦକ ଟିଙ୍କୁ ଚୌମାଲଙ୍କୁ ବ୍ରାହ୍ମଣ କଲ୍ୟାଣ ସଭା ରାଉରକେଲା ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବାରୁ ସୁଭାଷ ଯୋଶୀ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ସମ୍ମାନିତ ହୋଇଥିଲେ। ବିପ୍ର ଫାଉଣ୍ଡେସନର ସଭାପତି ସୁଭାଷ ଯୋଶୀ, ମହିଳା ସେଲ ସଭାପତି ସୀମା ଚୌମାଲ, ମହିଳା ସେଲ ପ୍ରାଦେଶିକ ସଭାପତି ଅନୀତା ଯୋଶୀ, କାର୍ଯ୍ୟକାରୀ ସଦସ୍ୟ ମାଧବୀ ପୁରୋହିତ, ପ୍ରାଦେଶିକ ପୃଷ୍ଠପୋଷକ ସାନ୍ତୋଶ ପାରିକ, ସାଧାରଣ ସମ୍ପାଦକ ଟିଙ୍କୁ ଚୌମଲ.,ଉପସଭାପତି ରାଜେଶ ଶର୍ମା, କୋଷାଧ୍ୟକ୍ଷ ସଞ୍ଜୟ ପୁରୋହିତ, ଯୁଗ୍ମ ସଚିବ ଅକ୍ଷୟ ପୁରୋହିତ, ମଞ୍ଜୁ ଯୋଶୀ ପ୍ରମୁଖ ଏଥିରେ ଯୋଗଦାନ ଦେଇଥିଲେ।
ସେହିପରି ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବ୍ରାଇଟ୍ ଲେନ୍ ଓ୍ବେଲଫେୟାର କମିଟି ଏବଂ ବିଜେପି ଛେଣ୍ଡ ମଣ୍ଡଳ ମିଳିତ ଆନୁକୁଲ୍ୟରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗ ଶିକ୍ଷକ ପ୍ରିନ୍ସ ଦାସ, ସୁନୀଲ ପାଣ୍ଡେ, ମିନତୀ ଦତ୍ତ, ଅହଲ୍ଯା ପାଣି କବିତା ଦଳାଇ, ରାଜଲକ୍ଷ୍ମୀ ପାତ୍ର, ଜେଣ୍ଟେଲ ପରିଡା, ଆଶିଷ ଶର୍ମା, ବଟ୍ଟ ନାୟକ, ସଂଗ୍ରାମ ନାୟକ ପଙ୍କଜ ପ୍ରସାଦ, ଶାହୀଦ ଅଲ୍ଲୀ ରୁବେଲ ପ୍ରମୁଖ ଯୋଗ କରିଥିଲେ।
ଛେଣ୍ଡ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

