ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନଜାଗରଣ ଯାତ୍ରା , କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ

ରାଜ୍ୟରେ ତାମିଲ ବାବୁ ଶାସନ ଆଉ ଚାଲିବ ନାହିଁ : ପିସିସି ସଭାପତି  

କନ୍ଧମାଳ,02/09/23(ମନିସ): ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବଙ୍କ ଜିଲ୍ଲା ଗସ୍ତକୁ ସମାଲୋଚନା କରିବା ସହ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି ଏବଂ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ଭବ ନୁହେଁ ବୋଲି ଚେଲା କୁମାର ନିଜ ଅଭିଭାଷଣରେ କହିଥିଲେ । କେନ୍ଦ୍ରରେ ୯ ବର୍ଷ ଓ ରାଜ୍ୟରେ ୨୩ ବର୍ଷ ମିଛ ପ୍ରତିଶ୍ରୁତି ଦେଇ ଶାସନ କରୁଥିବା ବିଜେପି ଓ ବିଜେଡ଼ି ସରକାର ପ୍ରତିଶୃତି ପୂରଣ କରିବା ରେ ଵିଫଳ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ତାମିଲ ବାବୁ ଶାସନ ଚାଲିଛି ଏହି ଶାସନ ଆଉ ଚାଲିବ ନାହିଁ , ଓଡ଼ିଶାରେ ଓଡ଼ିଆ ଲୋକଙ୍କ ଶାସନ ଚାଲିବ ନ ହେଲେ ରାଜରାସ୍ତା ରେ ବିରୋଧ କରାଯିବ l ଏହା ସହ ମୂଖ୍ୟମନ୍ତ୍ରୀ ଙ୍କୁ ଅଣ୍ଡା ଫିଙ୍ଗିଲେ କଂଗ୍ରେସ କର୍ମୀ ମାନଙ୍କୁ ୩୦୭ ଦଫା ଲାଗୁଛି କିନ୍ତୁ ଗୋପାଳ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅଣ୍ଡା ମାଡ଼ ହୋଇଥିବା ବେଳେ ସେମାନଙ୍କୁ କିଛି ନାହିଁ ବୋଲି ଶାସନ ଓ ଆଇନ କୁ ନିନ୍ଦା କରିଛନ୍ତି। କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲିଗୁଡ଼ା ଠାରେ ବିରାଟ ଜନଜାଗରଣ ସମାବେଶ ରେ ଯୋଗ ଦେଇ କହିଛନ୍ତି ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ l ଶନିବାର ଦିନ ଗାନ୍ଧୀ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ମାନ ଦେଇ ସଭାଗୃହ ନିକଟରେ ପହଞ୍ଚି ସେଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସଭାପତି ଅନାମ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସଭା ରେ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାର ଙ୍କ ସମେତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଅନୁସୂଚିତ ଜନଜାତି ଅଧକ୍ଷ ଭୁଜବଳ ମାଝୀ, ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା, କନ୍ଧମାଳ ପ୍ରଭାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ମାନସ ଚୌଧୁରୀ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଜାକବ ପ୍ରଧାନ, ଅଜୟନ୍ତୀ ପ୍ରଧାନ, ପୂର୍ବତନ ସାଂସଦ ନକୁଳ ନାୟକ, କୋଟଗଡ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର, ଜିଲ୍ଲାପରିଷଦ ସଦସ୍ୟ ଜିରୀମିୟ ସୁନାମାଝୀ, ବାଲିଗୁଡ଼ା ବ୍ଲକ ସଭାପତି ଆଇବର ନାୟକ, ନଗର ସଭାପତି ସ୍ଵପ୍ନେଶ୍ଵର ସାହୁ, ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ, ସୀତାରାମ ପଣ୍ଡା, ରବିଚନ୍ଦ୍ର ପାତ୍ର, ସିମାଞ୍ଚଳ ଆଚାର୍ଯ୍ୟ , ଚନ୍ଦନ ପଣ୍ଡା, ସନ୍ତୋଷ ପଟ୍ଟନାୟକ, ଗୌରୀ ଶଙ୍କର ଆଚରି, କେ.ବଳରାମ ଦୋରା, ସରୋଜ ବେହେରା ମାଝୀ , ହୀରା ସିଂ ମଣ୍ଡଳ, ପ୍ରଦୀପ ନାୟକ, କ୍ରିଷ୍ଣା ପ୍ରିୟା ନାୟକ ଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ନେତା ଓ ହଜାର ହଜାର କର୍ମୀ ଯୋଗ ଦେଇଥିଲେ। ବିଜେଡି ଓ ବିଜେପି ଛାଡି ପାଞ୍ଚ ଶହ ରୁ ଉର୍ଦ୍ଧ ନେତା ଓ କର୍ମୀ କଂଗ୍ରେସ ରେ ଯୋଗ ଦେଇଥିବାରୁ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ପାଛୋଟି ନେଇଥିଲେ। ଶେଷରେ ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଡାବୁଗାଁ ବ୍ଲକ ବିଜେଡିର ମହିଳା ସମାବେଶ

Sunil Chandra Nayak

ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଆ ଲୋକ ହେବ ମୁଖ୍ୟମନ୍ତ୍ରୀ :ନିର୍ବାଚନୀ ସଭାରେ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ

masiha

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ

masiha

Leave a Comment

error: Content is protected !!