ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଭଂଜସେନାର ଖବରଦାତା ସମ୍ମିଳନୀ 

 ମୟୂରଭଞ୍ଜ -୨/୯- ( ମସିହା)ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ । ପ୍ରତ୍ୟେକ କୋଣେ ଅନୁକୋଣେ ଗ୍ରାମାଞ୍ଚଳରେ ସହରାଞ୍ଚଳ ପର୍ଯ୍ୟନ୍ତ ଫୁଟବଲ ଜୀବନ ଭରି ରହିଛି ।ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ହୃଦୟରେ ଫୁଟବଲ ହିଁ ଫୁଟବଲ ।ହେଲେ ରାଜ୍ୟ କି କେନ୍ଦ୍ର ସରକାର ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଆଜିଯାଏଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହାକୁ ଫୁଟବଲ ଖେଳାଳୀ ଓ ଫୁଟବଲ ପ୍ରିୟଙ୍କ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ସଭା ସମିତିରେ ମୁଖ୍ୟ ଅତିଥି ହୋଇ ଶାସକ ଦଳ ହେଉ ଅବା ବିରୋଧୀ ଦଳର ନେତୃବୃନ୍ଦ ସବୁ ସମୟରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ସପକ୍ଷରେ ସଭା ସମିତିରେ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି ହେଲେ କାମରେ ଶୂନ ।ଖାଲି ଫୁଟବଲ ପ୍ରତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଜୋରଦାର ଦାବି କରୁଛିଅଣରାଜନୈତିକ ସଂଗଠନ ‘ ଭଂଜସେନା’ ।ଏନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଭଞ୍ଜସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି |ସୁନ୍ଦର ଗଡ଼ ଜିଲ୍ଲାରେ ହକି ଖେଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଫୁଟବଲ ଖେଳର ଏନ୍ତୁଡ଼ିଶାଳ ମୟୁରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ କୌଣସି ଯୋଜନା କରିନଥିବା ଅଭିଯୋଗ ଆଣିଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା | ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେଲେ ଖେଳର ବିକାଶ ସହ ବହୁ ଖେଳାଳୀ ଉପକୃତ ହେବେ |ଭଲ ଖନୂଆ ପ୍ରତିଭା ସୃଷ୍ଟି ହେବା ସହ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଯୁବ ଫୁଟବଲ ତାରକା ସୃଷ୍ଟି ହୋଇପାରିବେ ଵୋଲି ଅଧ୍ୟକ୍ଷ ସଫି ଜେନା ଗଣମାଧ୍ୟମକୁ ସୂଚାଇଥିଲେ।ଫୁଟବଲ ମଧ୍ୟ ରୋଜଗାର , ଚାକିରୀ ଯୋଗାଇବ ଯୁବ ଖେଳାଳିଙ୍କୁ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଏକ ଦିବସୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା- ଟେଲକୋ ଚମ୍ପିୟାନ

masiha

ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

masiha

ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଜୁନାଗଡର ସମୀର ସାହୁ ଚାମ୍ପିଅନ୍

masiha

Leave a Comment

error: Content is protected !!