ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶ୍ବନାଥପୁରରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

ଲାଞ୍ଜିଗଡ଼,10/05/23-ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ! ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ମନୋହର ହରପାଲ, ଶ୍ରୀଧର ପେସନିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ଯୁବନେତା ହିମାଦ୍ରୀ ପେସନିଆ, ସୌରଭ ପାତ୍ର, ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ,ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ ! ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ ସ୍ବାଗତ ଅଭିଭାଷଣ ସହିତ ସଭା ପରିଚାଳନା କରିଥିଲେ ! ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ତରୁଣ କୁମାର ଦାସ, ପ୍ରସନ୍ନ କୁମାର ପରିଡ଼ା, ହରିଶଙ୍କର ପାତ୍ର, ମନୋରଞ୍ଜନ ବିଶି, ସୁରେନ୍ଦ୍ର ମାଝୀ, ବନମାଳୀ ଦଳେଇ, ରୂପେନ୍ଦ୍ର ଛତ୍ରିଆ, ସଞ୍ଜୀବ ପଣ୍ଡା, ବୀର ବେନିଆଁ, ବିଶିକେଶନ ଆର୍ଯ୍ୟ, ସେନାପତି ରଣାଙ୍କ ସମେତ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ ତଥା ଲାଞ୍ଜିଗଡ଼ ବ୍ଲକର ୧୩ଗୋଟି ପଞ୍ଚାୟତରୁ ତିନିଶହରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ସାମିଲ ହୋଇଥିଲେ ! ଏଇ ଅବସରରେ ବିଜେଡି ସରକାରର ସୁଶାସନ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେଘରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା !

ସନ୍ତୋଷ ତୁଳ ଙ୍କ ରିପୋର୍ଟ 

Related posts

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

Sunil Chandra Nayak

ହରଜିନ୍ଦର ସିଂ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବି ସାମୁଖ୍ୟର ସଭାପତି ମନୋନିତ

Sunil Chandra Nayak

Leave a Comment

error: Content is protected !!