ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲାସ୍ତରୀୟ ବିଜେପିର ଷଷ୍ଠତମ କାର୍ଯ୍ୟକାରିଣୀ ବୈଠକ

 ତିର୍ତ୍ତୋଲ :-29/01/23 – ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ବିଜେପିର ଜିଲ୍ଲାସ୍ତରୀୟ ଷଷ୍ଠତମ ସାଙ୍ଗଠନିକ ବୈଠକ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତୃବୃନ୍ଦ ଓ କର୍ମୀ ମାନଙ୍କୁ ନେଇ ଏହି ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ , ଅତିଥି ପରିଚୟ ପ୍ରଦାନ କରିଥିଲେ ସୌଭାଗ୍ୟ ମହାନ୍ତି ! ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ସମ୍ମାନିତ ଅତିଥିଭାବେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଲୋକସଭା ପ୍ରଭାରୀ ତ୍ରିନାଥ ପୁହାଣ, ରାଜକିଶୋର ବେହେରା, ସଞ୍ଜୟ କୁମାର ମହାନ୍ତି, ସମ୍ପଦ କୁମାର ସ୍ୱାଇଁ, ପ୍ରକାଶ ଦଳାଇ,ଏବଂ ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଦାଶ,ଯୁଗଳ କିଶୋର ପ୍ରଧାନ,ସୁବୋଧ ବାରିକ, କ୍ରିଷ୍ଣା ମହାନ୍ତି, ତପନ ବେହେରା, ମାନସ ମହାପାତ୍ର, ସୁଧୀର କୁମାର ପଣ୍ଡା, ନୃସିଂହ ସାହୁ, ମୋହିତ ମହାନ୍ତି ସୁଶୀଲ ସାହୁ,ସ୍ମିତା ପ୍ରଧାନ,ନିର୍ଲିପ୍ତ ଜେନା,ସଞ୍ଜୟ ମହାନ୍ତି ଆଦି ବହୁ ସକ୍ରିୟ କର୍ମୀ ଓ ମଣ୍ଡଳ ଅଧିକାରୀ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା ! ବିଭିନ୍ନ ବ୍ଲକ ମାନଙ୍କରେ ଆବାସ ଯୋଜନା ଗୃହ ଠାରୁ ଆରମ୍ଭ କରି ପାଇଖାନା ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତି ବିଷୟରେ ବ୍ଲକସ୍ତରୀୟ ବିରୋଧ କରିବାକୁ ଜୋରଦାର ପଦକ୍ଷେପ ନେବାକୁ ମତ ରଖାଯାଇଥିଲା ! ଆଗାମୀ ନିର୍ବାଚନ ପାଇଁ ସଂଗଠନକୁ ମଜବୁତ କରାଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତି ନିଆଯାଇଥିଲା 

ତିର୍ତ୍ତୋଲରୁଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

 

Related posts

ନାରାୟଣ ପାଟଣାରେ ବିଜେପିର ମିଶ୍ରଣ ପର୍ବ 

Sunil Chandra Nayak

ଅହଲ୍ଯାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍.

ବିଜେଡି ପକ୍ଷରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପାଳିତ ହୋଇଯାଇଛି 

Sunil Chandra Nayak

Leave a Comment

error: Content is protected !!