ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣି ଶୌଣ୍ଢିକ ମହାସଂଘର ଜିଲ୍ଲା କାର୍ଯ୍ୟକାରି ବୈଠକ

ଏପ୍ରିଲ ପ୍ରଥମ ସପ୍ତାହରେ ଲଡୁଗାଁ ଠାରେ ଦକ୍ଷିଣି ଶୌଣ୍ଢିକ ମହାସଂଘର ମହାସଭା……

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆମ୍ବଗଛ ପଡା ସ୍ଥିତ ବାଲାଜୀ ସାଂସ୍କୃତିକ ଅନୁଷ୍ଠାନ ଠାରେ ଦକ୍ଷିଣି ଶୌଣ୍ଢିକ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ଶ୍ରୀ ସତ୍ୟ ନାରାୟଣ ଚୌଧୁରୀ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲା କମିଟି ଓ ବ୍ଲକ ଆଞ୍ଚଳିକ କମିଟିର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ସମାଜ ସମ୍ପର୍କିତ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।

ଆଗାମୀ ଏପ୍ରିଲ ୮,୯ ଓ,୧୦ ତାରିଖରେ କୋକସରା ବ୍ଲକ ଲଡୁଗାଁ ଠାରେ ସମାଜର ମହାସଭା ଅନୁଷ୍ଠିତ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏନେଇ ଶୌଣ୍ଢିକ ମହାସଂଘର ମହାସଭାର ବାର୍ତା ସମାଜର ପ୍ରତ୍ୟେକ ସଭ୍ୟଙ୍କ ନିକଟରେ ପହଞ୍ଚାଇବା ଆଭିମୁଖ୍ୟ ନେଇ ଏକ ସଦୃଶ୍ୟ ରଥ ସାମାଜିକ ସନ୍ଦେଶ ନେଇ ଜିଲ୍ଲାର ସମସ୍ତ ଅଞ୍ଚଳ ପରିକ୍ରମା କରିବ। ଏଥିପାଇଁ କଳାହାଣ୍ଡି ତଥା ଟିଟଲାଗଡ ଡିଭିଜନର ବ୍ଲକ୍ ଆଞ୍ଚଳିକ କମିଟି ଗୁଡିକ ନିଜ ନିଜର ଅଞ୍ଚଳର ସଭ୍ୟ ତଥା ପାଣ୍ଠି ସଂଗ୍ରହ ପାଇଁ ଏବେଠାରୁ କ୍ରିୟାଶୀଳ ହୋଇ କାର୍ଯ୍ୟକରିବାକୁ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଥବିର ପ୍ରାସାଦ ସାହୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମହାସଂଘର କୋଷାଧ୍ୟକ୍ଷ ଶେଷଦେବ ସାହୁ, ଉପ ସଭାପତି ତୁଳସୀ ରାମ ସାହୁ,ମହାସଭା ଅୟୋଜନ କମିଟି ର ସଭାପତି ବ୍ୟୋମକେଶ ସାହୁ,ଭବାନୀପାଟଣା ସଦର ବ୍ଲକ୍ ଆଞ୍ଚଳିକ କମିଟି ର ସଭାପତି କୁଳମଣି ସାହୁ, ସଂପାଦକ ମକର ଧ୍ଵଜ ସାହୁ,ରାଜେନ୍ଦ୍ର କୁମାର ସାହୁ, କୋକସରା ବ୍ଲକ ର ହେମନ୍ତ କୁମାର ସାହୁ, ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ରାଜେଶ ସାହୁ, ଉପେନ୍ଦ୍ର ସାହୁ, ତ୍ରିଲୋଚନ ସାହୁ,ଧର୍ମଗଡ ଜୁନାଗଡ଼ ବ୍ଲକ ସଭାପତି ବିଦ୍ୟାଧର ସାହୁ, ସଂପାଦକ ମନୋଜ କୁମାର ସାହୁ, ସହ ସମ୍ପାଦକ ଲକ୍ଷ ସେନାପତି, କଲମପୁର ବ୍ଲକ ସଭାପତି ଗଣେଶ ସାହୁ, ଟୁନା ସାହୁ, କେସିଙ୍ଗା ବ୍ଲକ ସଭାପତି ଅନିରୁଦ୍ଧ ସାହୁ, ଟିଟଲାଗଡ଼ ସଭାପତି ପ୍ରଦୀପ ବେହେରା, ଅଲେଖ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଶ୍ରୀ ଗୋପାଳ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଓ ସଭାକାର୍ଯ୍ୟ ପରିଚାଳନା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଓଡ଼ିଆ ସାହିତ୍ୟରେ ବୌଦ୍ଧ ସଂସ୍କୃତି ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ର

Sunil Chandra Nayak

ଅଗ୍ରଗାମୀ ଦ୍ଵାରା ଓଡିଶା ମିଲଟ୍ସ ମିଶନ ସଚେତନତା କାର୍ଯ୍ୟକ୍ରମ         

Sunil Chandra Nayak

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

masiha

Leave a Comment

error: Content is protected !!