ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିରଙ୍ଗା ଯାତ୍ରା: ଦେଶଭକ୍ତି ଓ ଜାତୀୟ ଏକତାର ବାର୍ତ୍ତା

ତ୍ରିରଙ୍ଗା ଯାତ୍ରା: ଦେଶଭକ୍ତି ଓ ଜାତୀୟ ଏକତାର ବାର୍ତ୍ତା

ରାଉରକେଲା :ଦେଶ ମାତୃକାର ସମ୍ମାନ ଏବଂ ବୀର ସୈନିକ ଓ ସହିଦମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଭାରତୀୟ ଜନତା ପାର୍ଟି, ରଘୁନାଥପାଲ୍ଲୀ ଅନ୍ତର୍ଗତ ମଧୁବାବୁ ମଣ୍ଡଳ ସଭା ନେତ୍ରୀ ପ୍ରତୀମା ରାଉତଙ୍କ ଙ୍ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ସେକ୍ଟର ୮ , ଜୁବୁଲି ପାର୍କ ଠାରୁ ଶନି ମନ୍ଦିର ଛକ ପରିକ୍ରମା କରି ମାର୍କେଟ ଛକ ଠାରେ ସମାପ୍ତ ହୋଇ ଥିଲା । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ , ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ ଉଦବୋଧନ ଦେଇଥିବା ବେଳେ ମଣ୍ଡଳ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ବରିଷ୍ଠ ନେତା ଅକ୍ଷୟ କୁମାର ଦାଶ, ଅଜୟ କଂସାରୀ, ସୁଶୀଲ ସେଠୀ, ମନୋଜ ପଟ୍ଟନାୟକ, ମଣ୍ଡଳ କାର୍ଯ୍ୟକର୍ତ୍ତା ରବୀନ୍ଦ୍ରନାଥ ବାରିକ, ପ୍ରଭାସ ରଞ୍ଜନ ସାମଲ , ସଂଯୁକ୍ତା ପାତ୍ର, ସରସ୍ୱତୀ ମହାନ୍ତ, ନିର୍ମଳା ବାରିକ, ହିମାଂଶୁ ନାୟକ, ଅଜୟ କୁମାର ରାଉତ୍, ସୁଶାର ଜେନା, ହେମନ୍ତ ଜେନା, ପ୍ରଶାନ୍ତ ଲେଙ୍କା, ପ୍ରକାଶ ନାୟକ, ପ୍ରତାପ ଦେଓ, ରାଜଲକ୍ଷ୍ମୀ ପାଣିଗ୍ରାହୀ, ନମିତା ସେନାପତି, ତରୁଣ କୁମାର ତନ୍ତୀ, ଖୁଶବୂ ବଡାଇକ, ତାପସ ସାହାଣୀ, ଶ୍ରୀକାନ୍ତ ପାଢୀ , ଅଜୟ ରାୟ, ପଦ୍ମ ଭୋଳ, ସମୀରଣ ରାୟ, କାର୍ତ୍ତିକ ସାହୁଙ୍କ ସମେତ ବହୁ ଅଂଶ ଗ୍ରହଣ କରିଥିଲେ।

ସେହିପରି ଆମ୍ବେଦକର ମଣ୍ଡଳ ସଭାପତି ମନୋଜ କୁମାର ସ୍ବାଇଁଙ୍କ ନେତୃତ୍ୱରେ ତ୍ରୀରଙ୍ଗା ଯାତ୍ରା ସେକ୍ଟର -୧୭ ଆମ୍ବେଦକର ପାର୍କରୁ ଆରମ୍ଭ ହୋଇ କମ୍ୟୁନିଟ ସେଣ୍ଟର-୧୭ ଛକ ପର୍ୟ୍ୟନ୍ତ ପରିକ୍ରମା କରିଥିଲା । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ , ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ ଓ ମଣ୍ଡଳ ସଭାପତି ଉଦବୋଧନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରାମ ବର୍ମା, ମନୋଜ ପଟ୍ଟନାୟକ, ମଣ୍ଡଳ କାର୍ଯ୍ୟକର୍ତ୍ତା ଗୌତମ ବାଡା,ଅନନ୍ତ ଦାସ,ବାବୁଲି ବାରିକ, ବଳରାମ ସମାଷୀ, ମୁରଲୀ ବାରିକ,ଆୟୁଷ କାନ୍ତ ମୁନି, ପୁଷ୍ପଲତା ସାହୁ, କବିତା ବିନ୍ଧାଣୀ,ଶଙ୍କର ମଣ୍ଡଳ, ଅମିତ୍ କଲେଟ, କାର୍ଯ୍ୟକର୍ତ୍ତା ସଚି ଚମ୍ପତ୍ତିଙ୍କ ସମେତ କାର୍ଯ୍ୟକର୍ତ୍ତା , କର୍ମୀ ଓ ସମର୍ଥକ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ

masiha

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଙ୍କ ବଳୀ ଦାନ ଦିବସ ପାଳିତ

Sunil Chandra Nayak

ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ 

masiha

Leave a Comment

error: Content is protected !!