ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱରରେ ଜଗନ୍ନାଥ ପ୍ରେମୀ ମାନଙ୍କ ମିଳିତ ସଭା ଅନୁଷ୍ଠିତ

ଭୁବନେଶ୍ୱରରେ ଜଗନ୍ନାଥ ପ୍ରେମୀ ମାନଙ୍କ ମିଳିତ ସଭା ଅନୁଷ୍ଠିତ

ଭୁବନେଶ୍ୱର: “ଜଗନ୍ନାଥ ଦେଶେ ଆମ ଘର, ଆମର ନାହିଁ କାହାକୁ ଡର” – ଏହି ପବିତ୍ର ବାର୍ତ୍ତାକୁ ଆଧାର କରି ଆଜି (୧୩.୦୮.୨୦୨୪, ଗୁରୁବାର) ସକାଳ ୧୦.୩୦ ଘଟିକା ସମୟରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ‘ଲିଙ୍ଗରାଜ ଭଜନ ମଣ୍ଡପ’ଠାରେ ଜଗନ୍ନାଥ ପ୍ରେମୀ ମାନଙ୍କର ଏକ ବିଶେଷ ମିଳିତ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଭୁବନେଶ୍ୱରର ବିଭିନ୍ନ ପ୍ରାନ୍ତରୁ ଜଗନ୍ନାଥ ପ୍ରେମୀ, ସାଧୁସନ୍ଥ ଏବଂ ସଂସ୍କୃତି ପ୍ରେମୀ ମହୋଦୟ/ମହୋଦୟାମାନେ ସପରିବାର ଯୋଗଦାନ କରିଥିଲେ।

ଆସନ୍ତା ଅଗଷ୍ଟ ୧୪ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬.୦୦ ଟାରୁ ରାତି ୧୦.୦୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା “ମହାପ୍ରଭୁଙ୍କ ୩୨ ବେଶ ପ୍ରଦର୍ଶନ” ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ଦ୍ୱାରା “ଭଜନ ଓ କଥାମୃତ” କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ନିଷ୍କାମ ସେବା ଓ ମହାପ୍ରଭୁଙ୍କ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ ସାହାଯ୍ୟ ଓ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି।

ଏହି କାର୍ଯ୍ୟକ୍ରମକୁ ‘ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ’, ‘ଓଡ଼ିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ’ ଏବଂ ‘ବିଶ୍ୱ ହିନ୍ଦୁ ପରିଷଦ, ଭୁବନେଶ୍ୱର’ ମିଳିତ ଭାବେ ଆୟୋଜନ କରୁଛନ୍ତି।

ଏହି ଆଲୋଚନା ସଭାରେ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ର ସଦସ୍ୟ,ଅନ୍ତର୍ଜାତୀୟ ରାୟ ରାମାନନ୍ଦ ଗବେଷଣା ଅନୁଷ୍ଠାନ, ‘ଉଇ ଫର ଭୁବନେଶ୍ୱର’, ଭୌମ ନଗର ଦୁର୍ଗାପୂଜା ସମିତି, ସୁଅଙ୍ଗ, ଅଙ୍ଗ, ବିଡିଏ କଲୋନୀ (ଚନ୍ଦ୍ରଶେଖରପୁର), ଶୈଳେଶ ବିହାର (ପଟିଆ), ପୁରୁଣା ଭୁବନେଶ୍ୱର, ନାଗେଶ୍ୱର ଟାଙ୍ଗି, ଶହୀଦନଗର, ସାମନ୍ତରାପୁର, ଲିଙ୍ଗିପୁର, ନଖରା, ୟୁନିଟ୍-୯, ନୟାପଲ୍ଲୀ, ବରମୁଣ୍ଡା, ୟୁନିଟ୍-୬, ରସୁଲଗଡ଼ ପ୍ରଭୃତି ଅଞ୍ଚଳରୁ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଆର ଏସ ଏସ ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠି କାର୍ଯ୍ୟକ୍ରମ

Sunil Chandra Nayak

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ 

masiha

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

masiha

Leave a Comment

error: Content is protected !!