ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ

ବାଲେଶ୍ଵର,୦୪/୦୧/୨୩- ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ସ୍ଥିତ ଔପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଅଧ୍ଯକ୍ଷ ବ୍ରଜ କିଶୋର ପାଲ ସଭାପତିତ୍ବ କରିଥିଲେ । ସଂଯୋଜକ ଭାବେ ଅଧ୍ଯାପକ ମନୋଜ କୁମାର ସାହୁ ଶିବିର ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ରଣା ଏବଂ ମୁଖ୍ୟବକ୍ତା ଭାବେ ସଂଯୋଜକ ଡଃ ସନ୍ତୋଷ କୁମାର ରାଉତ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣର ବହୁମୁଖି ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ଯାପକ ନିତ୍ଯାନନ୍ଦ ଦାସ, ବିଜୟ କୁମାର ପରିଡା, ଅଧ୍ଯକ୍ଷାପକ ଆଦିତ୍ୟ କୁମାର ଆଚାର୍ଯ୍ୟ, ଲାଇବ୍ରେରୀଆନ ଇନ୍ଦ୍ରମଣି ଗିରି, କର୍ମଚାରୀ ବଳରାମ ମହାପାତ୍ର, କୌଶଲ୍ୟା ଆଚାର୍ଯ୍ୟ, ନୀଳଶୈଳ ବିଶ୍ବାଳ, ବାସନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ତାଲିମଦାତ୍ରୀ ଯମୁନା ବିନ୍ଧାଣି ଓ ସୁନିତା ଗୁଣ୍ଡୁହାଲା ଛାତ୍ରୀମାନେ କିପରି ନିଜକୁ ସୁରକ୍ଷିତ ରଖିପରିବେ ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ ଶିବିରରେ ୧୧୧ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଶିବିର ୮ ଦିନଧରି ଚାଲିବ ବୋଲି ପ୍ରୋଗ୍ରାମ ସଂଯୋଜକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଦ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ମମତା ମଞରୀ ଥପା କରୋନା ଯୋଦ୍ଧା ଭାବେ ସମ୍ମାନିତ

ବିକଶିତ ଭାରତକୁ ଫଳବତୀ କରିବେ ରାଷ୍ଟ୍ର ପ୍ରେମୀ ଯୁବପିଢୀ 

masiha

Leave a Comment

error: Content is protected !!