ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡି ଖୋଲିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କାମାକ୍ଷାନଗର (ମ ନି ସ )4/1/23 କାମାକ୍ଷାନଗର ଶିଶୁ ବିକାଶ କଲ୍ୟାଣ ଵିଭାଗ ସଭା ଗୃହ ମଧ୍ୟେ କାମାକ୍ଷାନଗର ଏନ୍.ଏ.ସି ର ଧାନ ମଣ୍ଡି ଖୋଲିବା ଉପରେ ଦାୟିତ୍ଵ ପ୍ରାପ୍ତ ମିଶନ ଶକ୍ତିର ସଭାପତି ଓ ସମ୍ପାଦକ ମାନଙ୍କ ନେତୃତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

କାମାକ୍ଷାନଗର ଏନ.ଏ.ସି ଧାନ ମଣ୍ଡି କମିଟିର ସଦସ୍ୟ ବୃନ୍ଦ ତଥା ବରିଷ୍ଠ ଚାଷୀ ରମେଶ ନନ୍ଦ, ହେମନ୍ତ କୁମାର ଦାସ, ମଧୂସୁଦନ ଷେଣ୍ଢ, ଦୁଷ୍ମନ୍ତ କୁମାର ନନ୍ଦ, ସୁଜନ ବିଶ୍ଵାଳ ପ୍ରମୁଖ ଉକ୍ତ ପ୍ରସ୍ତୁତି ବୈଠକରେ ଯୋଗଦେଇ ସହର ଭିତରେ ଥିବା ସମସ୍ତ ଚାଷୀ ଭାଇ ମାନେ କିଭିଳି ସୁବିଧାରେ ନିଜ ନିଜ ଟୋକନ ଅନୁଯାୟୀ ଧାନ ବିକ୍ରି କରିପାରିବେ ସେ ଉପରେ ବିସ୍ତୃତ ଭାଵେ ଆଲୋଚନା ଆଲୋକପାତ କରିବା ସହିତ ଧାନ ମଣ୍ଡି କେଉଁ ସ୍ଥାନରେ ହେବ ସେ ସ୍ଥାନ ନିରୂପଣ ମଧ୍ୟ ସର୍ଵସମ୍ମତି କ୍ରମେ ପ୍ରସ୍ତାବ ପାରିତ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

Sunil Chandra Nayak

ଦଶମ ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା

masiha

ନୂଆଗାଁର ହୁଟୁବସାହି ବିପର୍ଯ୍ୟସ୍ତ ରାସ୍ତା ନେଇ ଗ୍ରାମବାସୀ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!