ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୋଲାମୁଣ୍ଡା- ତା ୭.୧.୨୩ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ଉପ ଜିଲ୍ଲାପାଳ ତଥା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା ପରିଷଦ ର ସଭାପତି ବେଦ ଭୂଷଣ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶଂସା କରି ଶିଖିଲେ ପ୍ରକୃତ ମଣିଷ ପଣିଆ ପ୍ରତିଭାତ ହୁଏ ବୋଲି ମତ ଦେଇଥିଲେ । ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରାଧ୍ୟାପକ ସରୋଜ କାନ୍ତ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ମଞ୍ଚ ପରିଚାଳନା ଓ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ବିଜୟ କୁମାର ସାହୁ, ପ୍ରବୀର କୁମାର ରାୟ , ଘନଶ୍ୟାମ ଭାଟି,କବି ପ୍ରସାଦ ପଟ୍ଟନାୟକ , ସନ୍ଦୀପ କାନୁନଗୋ, ଯଯାତି କେଶରୀ ରାଉତ, ଶୋଭାଗିନୀ ନାୟକ, ତ୍ରିନାଥ ପଟ୍ଟନାୟକ, ପ୍ରିୟମ୍ବଦା ରଥ, କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ,ବୈକୁଣ୍ଠ ପଟେଲ୍, ପ୍ରସନ୍ନ କୁମାର ପ୍ରଧାନ , ଦିଲ୍ଲୀପ କୁମାର ସ୍ବାଇଁ ପ୍ରମୋଦ ମହାନ୍ତି, ହିମାଚଳ ମେହେର, ଗୋବର୍ଦ୍ଧନ ମେହେର, ଦେବରାଜ ମେହେର ଓ ମୁକେଶ ବିଶି ଏବଂ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

Ex MP Niranjan Bishi Raises Strong Voice Against Proposed 40% Job Cut at Rourkela Steel Plant

Sunil Chandra Nayak

ବୋଡେ଼ନ ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ଭୁଶୁଡିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଗଲା ପରିବାର

masiha

Leave a Comment

error: Content is protected !!