ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜ ଖଣି ନିକଟବର୍ତ୍ତି ଗ୍ରାମ ଜାମିର୍ତା ଓ ଦାମସାହିରେ JSW ପ୍ରଗତି କରିଛି କଣ? 

ନିଜ ଖଣି ନିକଟବର୍ତ୍ତି ଗ୍ରାମ ଜାମିର୍ତା ଓ ଦାମସାହିରେ JSW ପ୍ରଗତି କରିଛି କଣ? 

ବଡ଼ବିଲ (ମ ସୀ ହା)ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ ଖଣି ବେପାରରେ ସଫଳତା ହାସଲ କରିଛି କେନ୍ଦୁଝର ଜିଲ୍ଲାର ବୃହତ ଖଣି କମ୍ପାନୀ JSW । ତେବେ ଏ ବୃହତ କମ୍ପାନୀ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ନିମନ୍ତେ ନିଜ ଖଣି ବ୍ୟବସାୟ ତୁଳନା ଆଗରେ କଣ କରି ଆସିଛି ଦୀର୍ଘ ତିନି ବର୍ଷ ମଧ୍ୟରେ ? କମ୍ପାନୀ ଅନେକ ଭିତରୁ କିଛି କରିଛି କିନ୍ତୁ ଜଜାଙ୍ଗ ଖଣି ନିକଟରେ ଥିବା ଦୁଇ ଗୋଟି ଗ୍ରାମ ଏବଂ ଗ୍ରାମବାସୀଙ୍କ ପାଇଁ କଣ କରିଛି ଏ ଯାଏ ? ଯୋଡ଼ା ବ୍ଳକ ଅଧୀନରେ ଥିବା ଜଜାଙ୍ଗ ପଞ୍ଚାୟତର ପ୍ରମୁଖ ଆଦିବାସୀ ବହୁଳ ଦୁଇ ଗୋଟି ଗ୍ରାମ ଆଜିବି କମ୍ପାନୀ ନିକଟରୁ ଦୂରେଇ ରହି ସ୍ଥାୟୀ ନିଯୁକ୍ତି ଓ ଥଇଥାନ ପାଉ ନଥିବା ବେଳେ , ଉକ୍ତ ଗ୍ରାମଦ୍ବୟର ବହୁ ସାହି ଗୁଡିକରେ ପାନୀୟ ଜଳର ଅଭାବ ଦେଖା ଦେଇଛି । ଆଜିବି ଜମିର୍ତାର ଅଧିକାଂଶ ଘରେ ବିଦ୍ୟୁତ୍ ଆଲୋକ ବତି ଜାଳିବା ସାତ ସପନ ହୋଇ ପଡ଼ିଛି। ଜମୀର୍ତାର ଉପର ସାହିକୁ ସଡ଼କ ପଥ ବିଛିନ୍ନ ଥିବା ବେଳେ ଦାମସାହିରୁ ମୁଖ୍ୟ ସଡ଼କ ପଥ ଯାଏ ଘାସ ବଣରେ ବୁଦାରେ ପରିପୂର୍ଣ । ଏପରିକି ଜମିର୍ତ୍ତାର ଏକ ମାତ୍ର ପ୍ରାଇମେରୀ ବିଦ୍ୟାଳୟରେ ମରାମତି ଅଭାବ ହେତୁ ସ୍କୁଲ ଘରର ତାଜା ଭାଙ୍ଗି ତଳେ ଖସି ପଡୁଛି ପୁଣି ଛାତରେ ପାଣି ଜମି କିଛି ଜାଗା ରୁ ଛାତ ତଳକୁ ଦାବିବାର ଦୃଶ୍ୟ ଦେଖିବାକୁ ମିଲୁଚି । ତତ୍ ସହ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ବତି ଖରାପ ହୋଇ ପଡ଼ିଥିବାରୁ ସ୍ଥାନୀୟ ଗ୍ରାମ ବାସୀ ସଞ୍ଜ ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତେବେ ଦେଖିବାକୁ ଗଲେ ବୃହତ କମ୍ପାନୀ j.s.w ନିକଟବର୍ତ୍ତି ଗ୍ରାମ ଜମିର୍ତ୍ତା ଏବଂ ଦାମସାହିରେ ସେପରି କୌଣସି ବିକାଶ ମୂଳକ କାର୍ଯ୍ୟ କରିବାରେ କରିପାରିନାହିଁ କିନ୍ତୁ ବିଭିନ୍ନ ମହଲରେ ତଥା ମାଧ୍ୟମରେ ଡିଣ୍ଡିମ ପିଟି ନିଜ ନାଆଁ କୁ ନେଇ ବେଶ୍ ଖ୍ୟାତି ଅର୍ଜନ କରିଛି l ଜଜାଙ୍ଗ ପଞ୍ଚାୟତର ଗ୍ରାମବାସୀଙ୍କ ନିମନ୍ତେ ମୂଲ୍ୟହୀନ ପାଲଟିଛି ଜଜାଙ୍ଗ ଖଣି। ଏମିତିକି ବାହା ବାହା ନେଉଥିବା କମ୍ପାନୀର କେତେକ ଅଧିକାରୀ ଜାମୀର୍ତ୍ତା ଓ ଦାମସାହିରେ ପାଦ ପକାଇବା ସମ୍ଭବ ଏଯାଏ ହୋଇ ପାରୁନି ସଠିକ୍ ରେ ଆଉ ଗ୍ରାମ ତଥା ଗ୍ରାମବାସୀଙ୍କ ପ୍ରଗତି ହେବା ଦୂର କଥା । ତେବେ ଦେଖିବକୁ ବାକି ରହିଲା କେବେ JSW କମ୍ପାନୀ ଏହି ଗ୍ରାମଦ୍ୱୟରେ ପ୍ରଗତିର ହାତ ବଢ଼ାଇ କେବେ ଗରିବ ଆଦିବାସୀଙ୍କ ନିକଟରେ ପହଂଚି ପାରୁଛି ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଛାତ୍ରାବାସରେ ଅନ୍ତୋବାସିମାନଙ୍କ ସ୍ବାସ୍ଥ୍ୟର ପରୀକ୍ଷା ପାଇଁ ଏକ ଜରୁରୀ କାଳୀନ ବୈଠକ

masiha

ଯୁବ ଗବେଷକ ମହେନ୍ଦ୍ର କୁମାର ନାୟକଙ୍କୁ ଡକ୍ଟରେଟ୍ ଉପାଧି

Sunil Chandra Nayak

ଗଞ୍ଜାମ ଗସ୍ତରେ ବିଧାନସଭାର ଗୃହ କମିଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!