ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ଗାନ୍ଧୀ ଜୟନ୍ତୀ ପାଳନ

ଓଡ଼ିଆ ଭାଷା ବିକାଶ ମଞ୍ଚର ଗାନ୍ଧୀ ଜୟନ୍ତୀ ପାଳନ

ରାଉରକେଲା/ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ମହାତ୍ମାଗାନ୍ଧୀଙ୍କର ୧୫୪ ତମ ଜୟନ୍ତୀ ଅବକାଶରେ ରାଉରକେଲା ସ୍ଥିତ ସିଭିକ ସେଣ୍ଟର ପରିସରରେ ଜୟନ୍ତୀ ଉତ୍ସବ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଅଛି।

ସ୍ମୃତିଚାରଣ ଅବକାଶରେ ଗାନ୍ଧିଜୀଙ୍କର କାର୍ଯ୍ୟଧାରା, ଆଦର୍ଶ ଏବଂ ବାଣୀ ବିଶ୍ବର ସମସ୍ତ ଅନୁଗାମୀଙ୍କୁ ଏବେ ବି ମଧ୍ୟ ମନ୍ତ୍ରମୁଗ୍ଧ କରେ ଏବଂ ତାଙ୍କର ବୈପ୍ଳବିକ ଚିନ୍ତାଧାରା ଓ କାର୍ଯ୍ୟସୂଚୀ ତାଙ୍କର ଅଲୌକିକ ପ୍ରତିଭାକୁ ମୂଲ୍ୟାୟିତ କରେ ବୋଲି ଶ୍ରୀ ପତି ତାଙ୍କ ଅଭିଭାଷଣରେ କହିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଗାନ୍ଧିଜୀଙ୍କର ସ୍ବାଧୀନତା ଯେତେ କାମ୍ୟ ନଥିଲା, କୁସଂସ୍କାରାଚ୍ଛନ୍ନ , ଅନ୍ଧବିଶ୍ୱାସୀ,ଧର୍ମାନ୍ଧ ଭାରତୀୟଙ୍କ ସାମାଜିକ ମୁକ୍ତି ଏବଂ ଏହାରି ମାଧ୍ୟମରେ ବିଶ୍ବ ମାନବିକତାର ମୁକ୍ତିଥିଲା ଆଭିମୁଖ୍ୟ ଓ ଲକ୍ଷ୍ୟ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ।

ଉପସ୍ଥିତ ଗାନ୍ଧୀପ୍ରେମୀ ମାନଙ୍କ ମଧ୍ୟରୁ ସର୍ବଶ୍ରୀ ଚନ୍ଦ୍ରଶେଖର ପାଇକରାୟ, ପ୍ରଫୁଲ୍ଲ କୁମାର ସାମଲଙ୍କ ସମେତ ବହୁ ଗାନ୍ଧୀ ଅନୁଗାମୀ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଲାଠିକଟା ଅଞ୍ଚଳରେ ତ୍ରିରଙ୍ଗା ଯାତ୍ରା

Sunil Chandra Nayak

ତିନି ଦିନ ପରେ ସ୍ଵାଭାବିକ ହେଲା ବିଦ୍ୟୁତ୍ ସେବା 

Sunil Chandra Nayak

ବାମନଘାଟୀରେ ଲୌହଶିଳ୍ପ ପ୍ରତିଷ୍ଠା ନେଇ ବାମନଘାଟୀ ଲୌହ ଶିଳ୍ପ ସ୍ଥାପନ କ୍ରିୟାନୁଷ୍ଠାନ କମିଟିର ବୈଠକ

Sunil Chandra Nayak

Leave a Comment

error: Content is protected !!