ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ , ମନ ମୋହିଲା ପଥୋତ୍ସବ, ରାସ୍ତା ପାଲଟିଲା ଉତ୍ସବମୟ

କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀ ସମାରୋହକୁ ସ୍ମରଣୀୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅନେକ ପଦକ୍ଷେପ ହାତକୁ ନେଇଥିବାବେଳେ ଉତ୍ସବର ଦ୍ୱିତୀୟ ଦିବସର ଶୁଭାରମ୍ଭ ପଥୋତ୍ସବ ସହିତ କରାଯାଇଛି । ପଥୋତ୍ସବ ପାଇଁ ସହରର ଜେଲ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଶହଶହ କଳାକାର ଏଥିରେ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ । ଶୂନ୍ୟ ବ୍ୟୟଭାରରେ ଆୟୋଜିତ ଏହି ପଥୋତ୍ସବରେ ସ୍ଥାନୀୟ କଳାକାର ସମେତ ଜନସାଧାରଣ ହିଁ ଏହାର ମୁଖ୍ୟ ଆକର୍ଷଣ ସାଜିଥିଲେ । ଲୁପ୍ତପ୍ରାୟ କଳା ସହିତ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପଥୋତ୍ସବ ଆୟୋଜନ କମିଟି ଯଥେଷ୍ଟ ଉଦ୍ୟମ କରିଥିବାବେଳେ ସାମୁହିକ ଉଦ୍ୟମ ଓ ଜିଲ୍ଲା ପ୍ରଶାସନର ସହଯୋଗ ହେତୁ ଏହା ସରସ ସୁନ୍ଦର ହୋଇ ପାରିଥିଲା । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଏସ୍ ପି ଅଭିଳାଷ ଜୀ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର୍, ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ପଥୋତ୍ସବ ସ୍ଥଳ ବୁଲି ଦେଖିବା ସହିତ ପ୍ରତିଭାଗୀମାନଙ୍କୁ ଉତ୍ସାହିତ କରିଥିଲେ ! ଏଥିରେ ସମଗ୍ର ଶିକ୍ଷାର ଜନଜାତି ସାଧନ କେନ୍ଦ୍ର ଦ୍ବାରା ପ୍ରସ୍ତୁତ ମଞ୍ଚରେ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ, ବିରଳ ମୁଦ୍ରା ସଂଗ୍ରାହକ ରମେଶ ଅଗ୍ରୱାଲ, ଟାଟା ପାୱାରର ଘୁମୁରା ଦଳ, ମହାବୀର ସାଂସ୍କ୍ରୁତିକ ଅନୁଷ୍ଠାନର ପ୍ରଦର୍ଶନୀ ଷ୍ଟଲ, ଶିଶୁ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ, ପଞ୍ଚ ମେନ୍ ସତ୍ୟପୀର ପଧାନଙ୍କ ପଞ୍ଚ ଷ୍ଟ୍ରାଇକ୍ କମ୍ପିଟିସନ୍, ଶାସ୍ତ୍ରୀଜୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପାଞ୍ଚଟି ଭିନ୍ନ କାର୍ଯ୍ୟକ୍ରମ, ମହାବୀର ସାଂସ୍କ୍ରୁତିକ ଅନୁଷ୍ଠାନ, ବାଲଗୋପାଳ ସେବା ନିକେତନ, ଦିଲ୍ଲୀ ପବ୍ଲିକ୍ ସ୍କୁଲ, ଓଡ଼ିଶା ଟାଏକୋଣ୍ଡୋ ଏସୋସିଏସନର ଟାଏକୋଣ୍ଡୋ ପ୍ରଦର୍ଶନ, ଜିଲ୍ଲା ଅବକାରୀ ବିଭାଗର ନିଶା ମୁକ୍ତି ଅଭିଯାନ, ଆଞ୍ଚଳିକ ପରିବହନ ବିଭାଗର ସଡ଼କ ସୁରକ୍ଷା, ଜିଲ୍ଲା ଯୁବ ରେଡକ୍ରସ୍, କାରୁଣ୍ଡ କଳା ମଞ୍ଚ, କଳାହାଣ୍ଡି ପୁଲିସ, ଗାୟତ୍ରୀ, ଲିଟିଲ ବ୍ରୁନ୍ଦାବନ ସ୍କୁଲ, ଉଦ୍ୟାନ ବିଭାଗ, ଜିଲ୍ଲା କ୍ରୀଡ଼ା ବିଭାଗର ହକି ବିଶ୍ବକପ୍ ପ୍ରଦର୍ଶନୀ,ସୁନୀଲ ମହାନନ୍ଦ ଏବଂ ସାଥୀ, ଅସାଧାରଣ ପ୍ରତିଭା ଆଲୋକ ରାଉତଙ୍କ ସ୍କେଟିଂ, ଦାପ୍ତା ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ଖାଦ୍ୟ ଉତ୍ସବ ଆଦି ଭଳିକି ଭଳି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ! ଏଥିରେ ବିଭିନ୍ନ ବର୍ଗର ଲୋକେ ବିଭିନ୍ନ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାବେଳେ ପଥପ୍ରାନ୍ତରେ ଅନୁଷ୍ଠିତ ଏହି ବହୁବିଧ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ପାଇଁ ଭରପୁର ମନୋରଞ୍ଜନର ଖୋରାକ୍ ଯୋଗାଇଥିଲା । ପଥୋତ୍ସବ କମିଟିର ନୋଡ଼ାଲ ଅଫିସର୍ ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀକାନ୍ତ ଦଳେଇ, ଡେପୁଟି କଲେକ୍ଟର ଜୟନ୍ତ ମେହେର, ଅଧ୍ୟକ୍ଷ ଡ. ଅଜୟ ମିଶ୍ର, ଆବାହକ ସଞ୍ଜୟ କୁମାର, ସଦସ୍ୟ ସୁଶାନ୍ତ ସିଂହ, ବିରଞ୍ଚି ନାରାୟଣ ପଣ୍ଡା, ରୋହିତ ଦୁର୍ଗା, ସୁରୁ ବାରିକ, ଭବାନୀ ପଟ୍ଟନାୟକ, ଶ୍ରୀନିବାସ ସାହୁ, ରାମଶଙ୍କର ରଥ, କୈଳାସ ସାହୁ, ଡିଲେଶ୍ବର ରଣାଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଏହାର ସୁଚାରୁ ରୂପେ ପରିଚାଳନା କରିଥିଲେ । ଶାନ୍ତି ଶ୍ରୁଙ୍ଖଳା ରକ୍ଷା ଦାୟିତ୍ବରେ ଏନ୍ ସିସି କ୍ୟାଡ଼େଟ୍ ମାନେ ନିୟୋଜିତ ଥିଲେ।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାଲଗୁମାରୁ ବାଙ୍କୀମୁଣ୍ଡା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି 

Sunil Chandra Nayak

ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

masiha

ଆଇନ ମହାବିଦ୍ୟାଳୟରେ ହସ୍ତକଳା ପ୍ରଦର୍ଶନୀ

masiha

Leave a Comment

error: Content is protected !!