ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ଜିନ୍ଦଲ ଫାଉଣ୍ଡେସନର ଚକ୍ଷୁ ଚିକିତ୍ସା ଶିବିର

‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ଜିନ୍ଦଲ ଫାଉଣ୍ଡେସନର ଚକ୍ଷୁ ଚିକିତ୍ସା ଶିବିର

ବଡ଼ବିଲ–ଟେନସା–କାଶିଆରେ ୬୫୯ ଜଣଙ୍କର ଚକ୍ଷୁ ପରୀକ୍ଷା, ୨୪୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ 

ବଡ଼ବିଲ: ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ଏବଂ ଏଲଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନର ସହଯୋଗରେ ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ମାଇନ୍ସ ଓ କାଶିଆ ମାଇନ୍ସ ଅଞ୍ଚଳରେ ବ୍ୟାପକ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି।

ପେଲେଟ ପ୍ଲାଣ୍ଟ ପାର୍ଶ୍ୱବର୍ତ୍ତୀ ଦେଓଝର ଗ୍ରାମ ପଞ୍ଚାୟତରେ ଆୟୋଜିତ ଶିବିରକୁ ପେଲେଟ ପ୍ଲାଣ୍ଟ ୟୁନିଟ ହେଡ୍ ଶ୍ରୀ ସତୀଶ ସିନ୍ଦୁରିଆ ଉଦଘାଟନ କରିଥିଲେ। ସ୍ଥାନୀୟ ଜନପ୍ରତିନିଧି, ଗ୍ରାମବାସୀ ଓ ସିଏସଆର ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ୨୧୪ ଜଣ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ।

ଟେନସା ମାଇନ୍ସ ଅଞ୍ଚଳରେ ଆୟୋଜିତ ଅନ୍ୟ ଏକ ଶିବିରରେ ୧୦୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥିରେ ସରକାରୀ ଅଧିକାରୀ, ସ୍ଥାନୀୟ ପ୍ରତିନିଧି ଓ ମାଇନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ।

କାଶିଆ ମାଇନ୍ସରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରକୁ ଜିନ୍ଦଲ ଷ୍ଟିଲର ବିକେଟିଆର କ୍ଲଷ୍ଟର ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର ଉଦଘାଟନ କରିଥିଲେ। ବଡ଼ବିଲ ଓ ବାସୁଦେବପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ବରିଷ୍ଠ ଅଧିକାରୀ, ଗ୍ରାମବାସୀ, ସିଏସଆର ଓ ସ୍ୱାସ୍ଥ୍ୟ ସଂଗିନୀମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ୩୪୦ ଜଣ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୨୪୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା।ମୋଟ ୬୫୯ ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ଏହି ଶିବିରଗୁଡ଼ିକ ପାରିପାର୍ଶ୍ୱିକ ଅଞ୍ଚଳର ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।

ପାରିପାର୍ଶ୍ୱିକ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନ ନିୟମିତ ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ସଂସ୍ଥାର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣ କରୁଛି। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍  

Related posts

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Sunil Chandra Nayak

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!