ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ 

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ 

ଥେରୁବାଲି-୦୪/୦୯/୨୦୨୪ // “ ଜଳ ହିଁ ଅମୂଲ୍ୟ ସମ୍ପଦ “ ଉକ୍ତିକୁ ସାକାର କରିବା ପାଇଁ ଇମ୍ଫାର ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟ ନିର୍ବାହୀ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା କେଲିଗୁଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁମ୍ଭାରଗୁଡା ଗ୍ରାମ ଠାରେ ଏକ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇମ୍ଫା ଗୃପ ର ଫେରୋ ଏଲୋଏଜ ବ୍ୟୁରୋ ମୁଖ୍ୟ ଶ୍ରୀମାନ ସୁରେଶ ବାବୁ , ଇମ୍ଫା ଥେରୁବାଲି ର ମୁଖ୍ୟ ଶ୍ରୀମାନ ଆଶିଷ କୁମାର ରାୟ , ଇମ୍ଫାର ସାଧାରଣ ମୁଖ୍ୟ ପରିଚାଳକ ଶ୍ରୀମାନ ଏମ ॰ଶ୍ରୀନିବାସ ଓ ଶ୍ରୀମାନ ଦେବାଶିଷ ମହାପାତ୍ର , ଉପ ମୁଖ୍ୟ ସାଧାରଣ ପରିଚାଳକ ,(ଜି॰ସି॰ଏସ), କୋଲୋନରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା , ଶ୍ରୀମତୀ ସୁଶାନ୍ତି କୁଟୃକା , ସରପଞ୍ଚ , କେଲିଗୁଡା ଗ୍ରାମ ପଞ୍ଚାୟତ , ଶ୍ରୀମତୀ ଆଲମେ କାଡ୍ରାକା ,ସମିତି ସଭ୍ୟା , କେଲିଗୁଡା ଗ୍ରାମ ପଞ୍ଚାୟତ , ୱାର୍ଡ ସଭ୍ୟ / ସଭ୍ୟା , ଗ୍ରାମବାସୀ ଙ୍କ ଉପସ୍ଥତିରେ ପମ୍ପ ଚାଲୁ କରିବା ସହ ଗ୍ରାମବାସୀଙ୍କ ବ୍ୟବାହାର ନିମନ୍ତେ ଉତ୍ସର୍ଗୀକୃତ କରାଯାଇଥିଲା । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏହି ପ୍ରକଳ୍ପଟି ଇମ୍ଫାର ସାମାଜିକ ଦାୟିତ୍ଵବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ପ୍ରତିଷ୍ଠା କରାଯାଇଛି । ୫୦୦୦ ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଠ ପାଣିଟାଙ୍କି ଜରିଆରେ ଷ୍ଟାଣ୍ଡପଏଣ୍ଟ ସ୍ଥାପନ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି । ଗ୍ରାମବାସୀଙ୍କ ଦ୍ଵାରା ଗଠିତ ବ୍ୟବହାରକାରୀ କମିଟି ଏହାର ରକ୍ଷଣାବେକ୍ଷଣ କରିବାର ଦାୟିତ୍ଵ ବହନ କରିଛି । ଏହି ପ୍ରକଳ୍ପ ଟି ଐତିହାସିକ ପାତାଲେଶ୍ଵର ଶୈବକ୍ଷେତ୍ର କୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଅବସ୍ଥିତ ଥିବା ଯୋଗୁଁ ତୀର୍ଥଯାତ୍ରୀଙ୍କର ବହୁଳ ବ୍ଯବହାରରେ ଲାଗି ପାରିବ। ଇମ୍ଫାର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ର ଏହିଭଳି ମହତ ଓ ଜନ ହିତକର କାର୍ଯ୍ୟ ପାଇଁ ଗ୍ରାମର ବରିଷ୍ଠ ନାଗରିକ ଶ୍ରୀମାନ ଭରତ କାଶୀ , ଗଣକାଶୀ , ସହଦେବ କାଶୀ , ପ୍ରସାଦ କାଶୀ , ମୁରଲୀ କାଶୀ ଆଦି ଇମ୍ଫା କାର୍ତ୍ତୁପକ୍ଷ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମକୁ ଇମ୍ଫାର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀ ପରିଚାଳନା କରିଥିବାବେଳେ , ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତା ଶ୍ରୀମାନ ମାନସ ମହାପାତ୍ର , ଶ୍ରୀମାନ ରବୀନ୍ଦ୍ର କୌଶଲ୍ୟା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର କର୍ମକର୍ତ୍ତା ଶ୍ରୀମାନ ପ୍ରଭାକର ପଣ୍ଡା ଉପସ୍ଥିତ ଥିଲେ |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କମାଲ କଲେ ସହିଦ୍ ଙ୍କ ପୁଅ  ୯୯.୨% ନମ୍ବର ରଖି ଜିଲ୍ଲାରେ ଟପ୍ପର… ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା…

Sunil Chandra Nayak

ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

masiha

Leave a Comment

error: Content is protected !!