ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚପରିଆ ଛକ ନିକଟରେ ବୋଲେରୋ ଧକ୍କା ରେ ଜଣେ ମୃତ

ଚପରିଆ ଛକ ନିକଟରେ ବୋଲେରୋ ଧକ୍କା ରେ ଜଣେ ମୃତ

       କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଚପରିଆ ଛକ ନିକଟରେ ବୋଲେରୋ ଦୁର୍ଘଟଣା ରେ ଜଣକର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଚପରିଆ ଗାଁ ର ପୂର୍ଣ୍ଣ ନାଗ। ମଙ୍ଗଳବାର ୯ ଟା ସମୟରେ ଉକ୍ତ ଗ୍ରାମର ଗୋଟିଏ ବୋଲେରୋ ଦ୍ରୁତ ଗତି ରେ ଆସି ଚପରିଆ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ପୂର୍ଣ୍ଣ ନାଗ ଙ୍କ ଉପରକୁ ବୋଲେରୋ ଚଢି ଯାଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ଚପରିଆ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକେ କେଗାଁ ଥାନାରେ ଏତଲା ଦେଇଛନ୍ତି। ଏତଲା କୁ ଭିତ୍ତି କରି କେଗାଁ ଥାନା କେଶ ନମ୍ବର ୨୦୬/୨୪ ରେ ଏକ ମାମଲା ରୁଜୁ କରି ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ପଠାଇଥିଲେ। ସନ୍ଧ୍ୟା ହେବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିବା ବେଳେ ବୁଧବାର ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ ସୂଚନା ଦେଇଛି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫ

Sunil Chandra Nayak

ମହା ଦୁର୍ନିତି ଅଭିଯୋଗରେ ସଫେଦ ସାହିବା ଯାମଦା ତହସିଲଦାର ମଧୁସ୍ମିତା ସିଂ ଙ୍କୁ ନିଲମ୍ବନ ପୁରସ୍କାର ଦେଲେ ମୋହନ ସରକାର

Sunil Chandra Nayak

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ବେଆଇନ ଧାନ ସହ ୨ ଗାଡି ଜବତ

masiha

Leave a Comment

error: Content is protected !!