ମ.ରାମପୁର,୧୦/୬(ମସୀହା) : ମ .ରାମପୁର ଓ ନର୍ଲା ଅବକାରୀ ବିଭାଗ ଗତ ରାତି ସାଢ଼େ ୩ ଘଣ୍ଟା ସମୟରୁ ସକାଳ ୬ ଘଣ୍ଟା ମଧ୍ୟରେ ମିଳିତ ପାଟ୍ରୋଲିଂଗ କରି ମ.ରାମପୁର ଥାନା ଅଂଚଳର ପାଜିବାହାଲି ଛକ ଓ ନର୍ଲା ଥାନା ଅଂଚଳ ର ଶ୍ରୀପାଲି ଠାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦୁଇ ଗୋଟି ଗାଡ଼ିକୁ ଜବତ କରି ୩ ଜଣ ବ୍ୟକ୍ତିଙ୍କୁ ଧରିଥିଲେ l ସେମାନଙ୍କଠାରୁ ୧୨୫.୩୭୫ କେଜି ଗଞ୍ଜେଇ ଏବଂ ଗୋଟିଏ ଧଳା ରଙ୍ଗର ଟୋୟଟା ଇନୋଭା ଗାଡ଼ି ( ସିଜି ୦୪ ଜେସି ୦୭୮୬ ଓ ଗୋଟିଏ ହିରୋ ହୋଣ୍ଡା ପାସନ୍ ଗାଡ଼ି ( ଓଆର୍ ୦୮ଡି ୮୩୪୯ ) ଜବତ କରାଯାଇଥିଲା l ଜବତ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୨୮.୪ ଲକ୍ଷ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଏହି ଗଞ୍ଜେଇ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳରୁ ଛତିଶଗଡ଼ ରାଜ୍ୟର ଦୁର୍ଗ କୁ ଯାଉଥିଲା l ଏହି ମାମଲାରେ ମାଣିକେରା ପଂଚାୟତ ସୁଲେସୁରୁ ଗାଁ ର ଦୁଇଜଣ ବ୍ୟକ୍ତି ଟଙ୍କଧର ପାତ୍ର (୩୮) ଓ ବିମଲ୍ ଭୋଇ (୩୦) ଏବଂ ଗାଡ଼ି ଚାଳକ ଛତିଶଗଡ଼ ରାଜ୍ୟ ଦୁର୍ଗ ଜିଲ୍ଲା ହସଦା ର ନରେଶ କୁମାର ନେତମ୍ (୨୯)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି l ଏନେଇ ମ.ରାମପୁର ଅବକାରୀ ବିଭାଗ ରେ କେଶ ନଂ.୫୬/୨୦୨୩-୨୪ ଏବଂ ନର୍ଲା ଅବକାରୀ ବିଭାଗର କେଶ ନଂ.୫୯/୨୦୨୩-୨୪ ରେ କେଶ ରୁଜୁ ହୋଇଛି l ଏହି ଚଢ଼ାଉରେ ଭବାନୀପାଟଣା ସଦର ର ଅବକାରୀ ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ, ମ.ରାମପୁର ଅବକାରୀ ବିଭାଗର ଇନ୍ସପେକ୍ଟର ଦେବାଶିଷ ସିରଦର ଏବଂ ଅନ୍ୟ କର୍ମଚାରୀ ଓ ନର୍ଲା ଅବକାରୀ ବିଭାଗର ଇନ୍ସପେକ୍ଟର ପ୍ରଶାନ୍ତି ସ୍ୱାଇଁ ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ରହିଥିଲେ l
previous post