ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୨୨କେଜି ଗଞ୍ଜେଇ ଜବତ; ଜଣେ ଗିରଫ 

୨୨କେଜି ଗଞ୍ଜେଇ ଜବତ; ଜଣେ ଗିରଫ 

ଭଞ୍ଜନଗର,୧୩/୮ଭଞ୍ଜନଗର ଥାନା ଅଧିନ ଜି.ରମ୍ଭା ଗ୍ରାମ ନିକଟ ବେଡିଗୋବା ଆଶ୍ରୟସ୍ଥଳ ନିକଟରୁ ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଏସ୍‌ଆଇ ଏଲ୍‌.ଡି ମହାନ୍ତି ପେଟ୍ରୋଲିଂ କରୁଥିବା ସମୟରେ ଆଶ୍ରୟସ୍ଥଳ ନିକଟରେ ଜଣେ ବ୍ୟକ୍ତି ୨ ଟି ବ୍ୟାଗ ଧରି ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ତା ନିକଟକୁ ଯାଇ ଯାଞ୍ଚ କରିବା ପରେ ଅଭିଯୁକ୍ତ ଜଣକ କେନ୍ଦୁଝର ଜିଲ୍ଲା ସୋସ ଥାନା ଇଲାକାର ପ୍ରକାଶ କୁମାର ରାଉତ ଜାଣିବା ସହ ସେ ଧରିଥିବା ବ୍ୟାଗରୁ ଗଞ୍ଜେଇ ମିଳିଥିଲା। ଓଜନ କରିବା ପରେ ସେଥିରେ ୨୨ ଜେଜି ୪୪୦ ଗ୍ରାମ ଗଞ୍ଜେଇ ରହିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ଏହାପରେ କେସ ନମ୍ବର ୭୯୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଠାରୁ ଗଞ୍ଜେଇ ସହ ୧୫ ଶହ ଟଙ୍କା ଓ ମୋବାଇଲ ଜବତ କରାଯାଇଥିବା ବେଳେ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

Related posts

ସାତ ଜଣ ବିହନ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ

Sunil Chandra Nayak

ଭିଜିଲାସନ୍ସ ଜାଲ ରେ ଜଳ ବିଭାଜିକା କର୍ମୀ

masiha

ମକା ବୋଝେଇ ଟ୍ରକ ଚୋରୀ ଅଭିଯୋଗ, ଟ୍ରକ ଜବତ

Sunil Chandra Nayak

Leave a Comment

error: Content is protected !!