ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି

କୋକସରା,୨୩/୫- ଜାତୀୟ ରାଜପଥ ୨୬ କୋକସରା ବ୍ଲକ ରେଙ୍ଗାଳପାଲି ଛକ ନିକଟରେ ଆଜି ସନ୍ଧ୍ୟା ୮ ଘଣ୍ଟା ସମୟରେ ଓଡି ୦୮ଏ ୭୫୩୯ ନମ୍ବରର ଏକ ବାଇକରେ ଯାଉଥିବା ଦୁଇ ଜଣ ଯୁବକଙ୍କୁ ରେଙ୍ଗାଳପାଲି ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ। ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକେ ଦେଖି କୋକସରା ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ପହଞ୍ଚି ଦୁଇ ଗୁରୁତର ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ମାନେ ହେଲେ ଧର୍ମଗଡ଼ ବ୍ଲକ ବଗାଡ଼ ଗ୍ରାମର ଦୀପକ ବାଗ ଓ ଧବଳେଶ୍ବର ଭଇଁସାଲ । ସମ୍ପର୍କରେ ଦୁଇଜଣ ମାମୁଁ ଓ ଭଣଞ୍ଜା ବୋଳି ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଆଜି ଜଣେ ଗର୍ଭବତୀ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

Sunil Chandra Nayak

ପରକୀୟା ପ୍ରୀତି ସନ୍ଦେହ ରେ ପତ୍ନୀହତ୍ୟା: ହତ୍ୟାକାରୀ ସ୍ୱାମୀ କୁ ଆଜୀବନ କାରାଦଣ୍ଡାଦେଶ

Sunil Chandra Nayak

ଅନ୍ଧବିଶ୍ୱାସର କରାଳ ରୂପ ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ମମ ଆକ୍ରମଣ; ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ଯୋଡ଼ା ପୁଲିସ

Sunil Chandra Nayak

Leave a Comment

error: Content is protected !!