ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ମାଟିର ଦୁଇ ସଫଳ ସନ୍ତାନ। ପ୍ରତୀକ୍ଷା ପ୍ରଧାନ ଓ ସିଦ୍ଧାନ୍ତ ବେଶ୍ରା

କଳାହାଣ୍ଡି ମାଟିର ପ୍ରଥମ ମହିଳା ଆଇଏଏସ୍

ୟୁପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ପ୍ରଥମ ପ୍ରତୀକ୍ଷା ପ୍ରଧାନ ଦେଇଛନ୍ତି। ପ୍ରସ୍ତୁତି ସମୟରେ ବାପା ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ମାଆ ମନୋବଳ ବୃଦ୍ଧି କରୁଥିଲେ ବୋଲି ସେ କହିଛନ୍ତି। ଏଥ୍‌ପାଇଁ ସେ ପରିବାର, ସାଙ୍ଗସାଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।ସ୍ଥାନୀୟ ବାଲାଜୀ ବିହାରରେ ସପ୍ତମ ଶ୍ରେଣୀ ଯାଏଁ ପଢ଼ିବା ପରେ ବ୍ରଜ ବିହାରରେ ଅଷ୍ଟମରୁ ଦଶମ ଏବଂ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟାମନ୍ଦିରରେ ଯୁକ୍ତଦୁଇ ପଢ଼ିଥିଲେ ପ୍ରତୀକ୍ଷା । ତାପରେ ଓୟୁଏଟିରେ କୃଷିରେ ସ୍ନାତକ ପଢ଼ିବା ସମୟରୁ ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଘରେ ପଢ଼ି ପ୍ରଥମ ପ୍ରୟାସରେ ଝିଅ ସଫଳତା ପାଇଥିବାରୁ ପିତା ଗୋକୁଳାନନ୍ଦ ପ୍ରଧାନ ଉତ୍ସାହିତ ଅଛନ୍ତି। ସେହିପରି ଝିଅର ସ୍ୱପ୍ନ ପୂରଣ ହୋଇଥିବାରୁ ମାଆ ରଶ୍ମିତା ପ୍ରଧାନ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି। କଳାହାଣ୍ଡିରେ ପ୍ରଥମ ମହିଳା ରୂପେ ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏହି ମାଟିର ଗର୍ବ ଗୌରବ ବୃଦ୍ଧି କରିଥିବାରୁ ତାଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଦ୍ବାରା ଜଣେ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରିପାରିବ । ଏକଥାକୁ ପ୍ରମାଣିତ କରିଛନ୍ତି କଳାହାଣ୍ଡିର ଝିଅ ପ୍ରଥମ ପ୍ରତୀକ୍ଷା ପ୍ରଧାନ (୨୩) । ୟୁପିଏସ୍‌ସି ପକ୍ଷରୁ ଆୟୋଜିତ ଭାରତୀୟ ପ୍ରଶାସନିକସେବା ପରୀକ୍ଷାରେ କଳାହାଣ୍ଡିର ପ୍ରଥମ ମହିଳା ଭାବେ କୃତକାର୍ଯ୍ୟ ହୋଇଛନ୍ତି ଭବାନୀପାଟଣା ପୁରୁଣାପଡ଼ାର ଶିକ୍ଷକ ଗୋକୁଳାନନ୍ଦ ପ୍ରଧାନ ଓ ଶିକ୍ଷୟିତ୍ରୀ ରଶ୍ମୀତା ପ୍ରଧାନଙ୍କ ସୁପୁତ୍ରୀ ପ୍ରଥମା ପ୍ରତୀକ୍ଷା।ସେ ଏଥ୍‌ରେ ୬୭୦ ରାଙ୍କ ରଖୁଛନ୍ତି ।

ଏହି ଉଚ୍ଚସ୍ତରର ପରୀକ୍ଷା ପ୍ରସ୍ତୁତି ଓ କୋଟିଂ ପାଇଁ କଳାହାଣ୍ଡିରେ ସୁବିଧା ନାହିଁ । ପ୍ରତୀକ୍ଷାଙ୍କ ଦୃଢ଼ ମନୋବଳ ଓ ସ୍ଥିର ଲକ୍ଷ୍ୟ ଆଗରେ ଏହା ପ୍ରତିବନ୍ଧକ ସାଜିପାରି ନାହିଁ।

ସେ ଅନଲାଇନରେ ପାଠପଢ଼ି ଆଜି ସଫଳ ହେବାସହ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଦୃଢ଼ ଆତ୍ମବିଶ୍ଵାସ,ସଠିକ ଯୋଜନା ଓ ପ୍ରସ୍ତୁତି କରି ସେ ସଫଳତା ପାଇଥିବା ବେଳେ ଆଗାମୀ ଦିନରେ ଆହୁରି ଭଲ ରେଙ୍କ ପାଇଁ ପ୍ରଚେଷ୍ଟା କରିବେ ବୋଲି ପ୍ରତୀକ୍ଷା ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। 

ସେହିପରି ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇଲେ କୋକସରାର ପୁଅ ସିଦ୍ଧାନ୍ତ ବେଶ୍ରା ।ନିଷ୍ଠା ଓ ଅଧ୍ୟବସାୟ ବଳରେ ଜଣେ ନିଜ ଜୀବନରେ ସୁଫଳ ପାଇ ପାରିବ; ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲାର ପ୍ରତିଭାବାନ ଯୁବକ ସିଦ୍ଧାନ୍ତ ବେଶ୍ରା ।ମଙ୍ଗଳବାର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି।କାଉଡୋଲା ଗ୍ରାମର କୃଷି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ବେଶ୍ରାଙ୍କ ପୁତ୍ର ସିଦ୍ଧାନ୍ତ ବେଶ୍ରା ସିଭିଲ ସର୍ଭିସ ପରୀକ୍ଷାରେ ୮୮୭ ବ୍ୟାଙ୍କ ରଖ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଳିବା ସହିତ ଶୁଭେଚ୍ଛାର ଶୁଅ ଛୁଟୁଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ

Sunil Chandra Nayak

ଜୁନାଗଡ ଥାନା ଘଣ୍ଟବାହାଳୀରେ ଅଜଣା ଗାଡ଼ି ଧକ୍କା, ଯୁବକଙ୍କ ମୃତ୍ୟୁ, ଏ.ଏସ୍.ଆଇ ଙ୍କ ତତ୍ପରତାକୁ ପ୍ରଶଂସା

Sunil Chandra Nayak

ଵହଳଦାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!