ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଜଙ୍ଗଲ ଯୋଜନା ତରଫରୁ ଛତୁଚାଷ ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ 

ରୁପ୍ରା, ୧୦/୬ (ମନିସ) : ନର୍ଲାବ୍ଲକ୍ ଅଧିନ ପଲମ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ ଜଙ୍ଗଲ ଯୋଜନା ତରଫରୁ ଛତୁ ଚାଷ ସମ୍ବନ୍ଧରେ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କେସିଙ୍ଗା ବନାଞ୍ଚଳ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ପଲମ ଓ ମହଗାଁ ବନ ସୁରକ୍ଷା ସମିତି ଅଧିନସ୍ତ ୫୨ ଜଣ ବେରୋଜଗାର ଯୁବକ ଯୁବତୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କେସିଙ୍ଗା ବାନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ମେହେର ମୁଖ୍ୟ ଅତିଥି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଯୁବରାଜ ଜାନି ଓ ପଲମ ସିଆରସିସି ଶ୍ରୀ ବିପ୍ର ବଗର୍ତ୍ତି ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । ତାଲିମ ଦାତା ଭାବରେ ଶ୍ରୀ ଜଗଦୀଶ କିସାନ ଓ ଶ୍ରୀ ଅଭିନାସ ପଧାନ ଯୋଗଦାନ କରି ଛତୁଚାଷ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ମିଳିତ ଭାବରେ ଆମ ଜଙ୍ଗଲ ଯୋଜନା ଦଳପତି ଶ୍ରୀ ହେମନ୍ତ ସାହୁ ଏବଂ ଜିଲ୍ଲା ଦକ୍ଷତା ବିକାଶ ସଂଯୋଜକ ଶ୍ରୀ ରିକିରାମ ପଟେଲ ପରିଚାଳନା କରିଥିଲେ । ଆମ ଜଙ୍ଗଲ ଯୋଜନାର ବିକାଶ ଅଧିକାରୀ ଶ୍ରୀ ଧିରୋଜ୍ ଦାଶ ଓ ଶ୍ରୀ ଇନ୍ଦ୍ରମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସ୍ୱର୍ଗତ ଲଲିତ ମୋହନ ପାଣୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ 

masiha

ବିଭିନ୍ନ ମଣ୍ଡପରେ ପୂଜା ପାଉଛିନ୍ତି ମା ଦୁର୍ଗା ,ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସାରା ସହର

Sunil Chandra Nayak

ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରାୟଗଡ଼ା ଜିଲ୍ଲା ଯୁଵ କଂଗ୍ରେସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!