ଡାବୁଗାଁ, ୧୦/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଶାଳ ଗଛ କାଟିବା ଅଭିଯୋଗରେ ୩ ଜଣ ଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଗୁରୁବାର ରାତିରେ ଡାବୁଗାଁ ବନ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇଥିଲେ ଯେ ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୩ ଜଣ ଲୋକ ଏକ ଶାଳ ଗଛ କାଟୁଛନ୍ତି | ସଙ୍ଗେ ସଙ୍ଗେ ବନ କର୍ମଚାରୀ ମାନେ ଉକ୍ତ ଜଙ୍ଗଲ ମଧ୍ୟ କୁ ଯାଇ ଖୋଜାଖୋଜି କରିବା ପରେ ଦେଖିଥିଲେ ଯେ ଏକ ସ୍ଥାନରେ ୩ ଜଣ ବ୍ୟକ୍ତି ଏକ ଶାଳ ଗଛ କାଟି ଗଣ୍ଡି କରୁଛନ୍ତି | ତୁରନ୍ତ ବନ କର୍ମଚାରୀ ଉକ୍ତ ବ୍ୟକ୍ତି ମାନନକୁ ଚାରିପଟୁ ଘେରି ଯାଇ କାବୁ କରିଥିଲେ | ୩ ଜଣ ବ୍ୟକ୍ତି ଙ୍କୁ ଗିରଫ କରିବା ସହ ୩ ଟି ଶାଳ ଗଣ୍ଡି ଓ ଟାଙ୍ଗିଆ ଜବତ କରାଯାଇଛି | ଗିରଫ ବ୍ୟକ୍ତି ମାନେ ହେଲେ ସାନକୋଇଲାରି ଗ୍ରାମର ପୁରୁଷତି କଲାର (୩୯), କମଳ କଲାର (୨୫) ଓ ଲଳିତ କଲାର (୩୭) | ଶୁକ୍ରବାର ୩ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୩୬?୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା ୩ ତି ଶାଳ ଗଣ୍ଡିର ଆନୁମାନିକ ସରକାରୀ ମୂଲ୍ୟ ୫୦ ହଜାର ଟଙ୍କା ରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ କହିଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି ଓ ପର ଫରେଷ୍ଟ ଷ୍ଟାଫ ମାନେ ସାମିଲ ଥିଲେ |