ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ 

ମହିଳାଙ୍କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ସର୍ପା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ଜଣେ ଯୁବକ ମାଆ ବୟସର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି।ସୂଚନା ଅନୁଯାୟୀ,ବଦାଳୁ ଗ୍ରାମର ଜଣେ ଅନୁସୂଚିତ ଜାତିର ୫୨ ବର୍ଷୀୟା ମହିଳା ସର୍ପା ଅଞ୍ଚଳରେ ଏକ କ୍ରସର ନିକଟରେ ରହି ଭିକ୍ଷା ବୃତ୍ତି କରୁଥିଲେ। ସେ ଭିକ୍ଷା ମାଗୁଥିବା ସମୟରେ ଆଠମଲ୍ଲିକ୍ ବ୍ଲକ୍ ପାଇକସାହି ପଞ୍ଚାୟତ ତାଳବାହାଳି ଗ୍ରାମର ସଞ୍ଜୟ ବେହେରା (୨୫) ନାମକ ଯୁବକ, ଯିଏ ସେହି କ୍ରସର ନିକଟରେ କାମ କରୁଥିଲେ, ମହିଳାଙ୍କୁ ଭିକ୍ଷା ଦେବା ନାମରେ ନିଜ କୁଡିଆ ଭିତରକୁ ଡାକି ନେଇଥିଲେ।ସେଠାରେ ଅଭିଯୁକ୍ତ ବଳପୂର୍ବକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ସନ୍ଧ୍ୟାରେ ରାସୋଳ ଥାନାରେ ଅଭିଯୋଗ କରିଥିଲେ।ଖବର ପାଇ ପୁଲିସ୍ ଏସ୍‌ଆଇ ଝରଣା ସ୍ୱାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଏବଂ ସଂପୃକ୍ତ ଯୁବକଙ୍କୁ କାବୁ କରିଥିଲେ। ପରେ କେସ୍ ନଂ ୮୬/୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ପୁଲିସ୍ ପକ୍ଷରୁ ମିଳିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଓଡିଶା ପୋଲିସ ଦ୍ୱାରା ବଡ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ. , ମାଷ୍ଟରମାଇଣ୍ଡ ଦୁବାଇରୁ କାମ କରୁଥିଲା

masiha

ଚୋରା କାଠ ଜବତ, ଜଣେ ଗିରଫ 

masiha

ମୋଟର ସାଇକେଲ ସମେତ ୭ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

Leave a Comment

error: Content is protected !!