ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬ଷ୍ଠ କ୍ଷୁଦ୍ର ଜଳ ଗଣନାରେ ଓଡାପଡା ବ୍ଲକର ସଫଳ ପଦକ୍ଷେପ

୬ଷ୍ଠ କ୍ଷୁଦ୍ର ଜଳ ଗଣନାରେ ଓଡାପଡା ବ୍ଲକର ସଫଳ ପଦକ୍ଷେପ

ଢେଙ୍କାନାଳ/ ଓଡ଼ପଡ଼ା – ସମଗ୍ର ଭାରତବର୍ଷରେ ଚାଲୁଥିବା ୬ଷ୍ଠ କ୍ଷୁଦ୍ର ଜଳ ଗଣନା କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ । ଖୁଣ୍ଟୁଝରି ଗ୍ରାମରେ ଏକ ସୁସଂଗଠିତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟନିଷ୍ପାଦନ ପ୍ରକାଶ ପାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଷ୍ଟାଟିଷ୍ଟିକାଲ ସୁପରଭାଇଜର ବନ୍ଦନ କୁମାର ବେହେରା ନିଷ୍ଠା ଓ କୌଶଳର ସହିତ ସଫଳତାର ସହ ନିର୍ବାହ କରିଛନ୍ତି। ଏହି କ୍ଷୁଦ୍ର ଜଳ ଗଣନା କାର୍ଯ୍ୟକ୍ରମ ସମଗ୍ର ଭାରତବର୍ଷରେ ପ୍ରତ୍ୟେକ ରାଜ୍ୟ,ଜିଲ୍ଲା,ପଞ୍ଚାୟତ ଓ ଗ୍ରାମସ୍ତରରେ ଆଧୁନିକ ଅନଲାଇନ୍ ପ୍ରଣାଳୀ ମାଧ୍ୟମରେ ସଂପାଦିତ ହେଉଛି। ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ୨୮ଟି ପଞ୍ଚାୟତ ପ୍ରାୟ ୧୫୦ଟି ଗ୍ରାମରେ ଏହି ସର୍ଭେ କାର୍ଯ୍ୟ ଚାଲିଥିବାବେଳେ,ସେଥିମଧ୍ୟରୁ ୮ଟି ପଂଚାୟତର ୪୦ଟି ଗ୍ରାମର ସର୍ଭେ କାର୍ଯ୍ୟ ଷ୍ଟାଟିଷ୍ଟିକାଲ ସୁପରଭାଇଜର ବନ୍ଦନ କୁମାର ବେହେରାଙ୍କ ଦ୍ୱାରା ସଠିକ,ନିରବିଚ୍ଛିନ୍ନ ଓ ସୁସଂଗଠିତ ଭାବରେ ସମ୍ପୂର୍ଣ୍ଣ କରାଯାଇଥିବା ବିଶେଷ ଉଲ୍ଲେଖନୀୟ । କ୍ଷୁଦ୍ର ଜଳ ଗଣନାର ମୂଳ ଲକ୍ଷ୍ୟ ହେଉଛି ଜଳ ସମ୍ପଦର ସଠିକ ତଥ୍ୟ ସଂଗ୍ରହ ଓ ବୈଜ୍ଞାନିକ ବ୍ୟବସ୍ଥାପନାକୁ ସୁଦୃଢ଼ କରିବା। କୂପ,ପୋଖରୀ,ନଳକୂପ,ଝରଣା ପରି ବିଭିନ୍ନ ଜଳ ସ୍ରୋତ ମାଧ୍ୟମରେ ଚାଷୀମାନେ କିପରି କୃଷିକାର୍ଯ୍ୟ କରୁଛନ୍ତି,ତାହାର ସୂକ୍ଷ୍ମ ଅଧ୍ୟୟନ ଏହି ଯୋଜନାର ମୂଳ ଆଧାର ଭାବେ ପ୍ରତିଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୂଗର୍ଭ ଜଳ,ବୋରୱେଲ୍‌, ସରଫେସ୍ ଓଟର ଲିଫ୍ଟ ଓ ଫ୍ଲୋ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇଥିବାବେଳେ,ଦ୍ୱିତୀୟ ପର୍ଯ୍ୟାୟରେ ଜଳାଶୟ ସମ୍ବନ୍ଧୀୟ ସମଗ୍ର ତଥ୍ୟ ସଂଗ୍ରହ କାର୍ଯ୍ୟ ଗତିଶୀଳ ଭାବରେ ଚାଲିଛି। ସରକାରଙ୍କ ପକ୍ଷରୁ ଏହି ସମସ୍ତ କାର୍ଯ୍ୟକୁ ଆଧୁନିକ ପ୍ରଯୁକ୍ତିର ସହାୟତାରେ ଅନଲାଇନ୍‌ ପ୍ରଣାଳୀରେ ସଂପାଦନ କରାଯାଉଛି। ଏହି ସଫଳ କାର୍ଯ୍ୟନିଷ୍ପାଦନ ସ୍ଥାନୀୟ କୃଷକମାନଙ୍କ ମଧ୍ୟରେ ନୂତନ ଆଶାର ସଂଚାର କରିଥିବା ସହିତ ଜଳ ସମ୍ପଦର ସୁଚିନ୍ତିତ ବ୍ୟବହାରକୁ ନୂତନ ଦିଗ ଦେଖାଇଛି। ଏହା ଭବିଷ୍ୟତରେ ସସ୍ୟଶ୍ୟାମଳ ଓ ସମୃଦ୍ଧ ଓଡ଼ିଶା ଗଢ଼ିବାରେ ଏକ ସୁଦୃଢ଼ ପଦକ୍ଷେପ ଭାବେ ପରିଗଣିତ ହେବ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

masiha

ଆଠ ଫୁଟ ତଳକୁ ଖସିଲା ମାରୁତି କାର, ଅଳ୍ପକେ ବର୍ତିଲେ ଚାରିଜଣ

masiha

ବାଇକର ପଛକୁ ଧକ୍କା ଦେଲା ଟ୍ରକ , ୧ମୃତ ଓ ୧ଗୁରୁତର 

masiha

Leave a Comment

error: Content is protected !!