ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟାଙ୍ଗିଆଁ ପ୍ରହାରରେ ଗାଙ୍ଗାନା ମୃତ୍ୟୁ

ଟାଙ୍ଗିଆଁ ପ୍ରହାରରେ ଗାଙ୍ଗାନା ମୃତ୍ୟୁ

ବନ୍ଧୁଗାଁ ତା ୪/୪/୨୬, ବନ୍ଧୁଗାଁ ଥାନା ଅନ୍ତର୍ଗତ କୁଟ୍ରାବେଡା ପଞ୍ଚାୟତ ର ଦେବଦଳା ଗାଁର ଜଣେ ବୃଦ୍ଧଙ୍କୁ ଜାଗୁଗୁଡା ଗାଁକୁ ଯିବା ରାସ୍ତାରେ ହତ୍ୟା କୋରାଯାଇଛି I ହତ୍ୟା ହୋଇଥିବା ବିଷୟକୁ ନେଇ ବନ୍ଧୁଗାଁ ଥାନା ପୋଲିସ ପଚୋରା ଉଚୁରା ପାଇଁ ଦେବଦଳା ଗ୍ରାମର ରେଙ୍ଗା ମିଣ୍ୟାକା ଓ ରଞ୍ଜିତ ମେଲେକା ନାମକ ଦୁଇ ବ୍ୟକ୍ତିଙ୍କୁ ବନ୍ଧୁଗାଁ ଥାନାରେ ଅଟକ ରଖା ଯାଇଛି I ସୂଚନା ଅନୁଯାଇ ଶୁକ୍ରବାର ଦିନ ଦେବଦଳା ଗ୍ରାମରେ ଆଦିବାସୀ ହଇରେ ବା ଚଇତ ପର୍ବ ଚାଲିଅଛି I ପରବ ପାଇଁ ଗାଁର ଗାଙ୍ଗାନା ମେଲେକା (୬୦)ପରମ୍ଫରା ଅନୁଯାଇ ଗାଁର କିଛି ଭଦ୍ର ଲୋକଙ୍କ ସହିତ ମିଶି ଜାଗୁଡା ଗ୍ରାମକୁ ଯାଇ ଘୋର ଘର ଭୁଲି ଖୁସିରେ ଚାଉଳ ମାଗିବାକୁ ଯାଇଥିଲେ I ଶୁକ୍ରବାର ସନ୍ଧ୍ୟାରେ ଗାଙ୍ଗାନା ନିଜ ଘର ଦେବଦଳା କୁ ଫେରୁଥିଲେ, ଠିକ ସମୟରେ ଦେବଦଳା ଗାଁରୁ ଅତି କମରେ ପ୍ରାୟ ୫୦୦ମିଟର ଦୂରରେ ଥିବା କଣ୍ଡାମାତା  ନାମକ ସ୍ଥାନରେ ଗାଙ୍ଗାନାଙ୍କୁ କୌଣସି ଜଣେ ଦୁର୍ବୁତ୍ତ ଟାଙ୍ଗିଆରେ ବେକର ପଛପଟୁ ଚଟ ମାରିବା ସହ କପାଳରେ ପଥର ଛେଚି ହତ୍ୟା କରିଥିବାର ଜାଣିବାକୁ ମିଳିଛି I ଦେବଦଳା ଗ୍ରାମର ଗାଙ୍ଗାନା ପରିବାର ଲୋକେ ଗାଙ୍ଗାନା ଘରକୁ ଫେରିନଥିବାରୁ ଶନିବାର ସକାଳେ ପୁଅ  ମେଲେକା ମାଛାନା ଖଜିବାକୁ ପାଇଁ ଜାଗୁଡା ଗ୍ରାମକୁ ବାହାରିଥିଲେ,ଜାଗୁଡା ଯିବା ପାଇଁ ବାହାରି କିଛି ଦୂର ୫୦୦ ମିଟର ଗାଁରୁ ଦୂରରେ ଗାଙ୍ଗାନା ଙ୍କ ଜୁଡୁବୁଡୁ ରକ୍ତାକ୍ତ ହୋଇ ମୃତ ଶରୀର ପଡିଥିବାର ଦେଖିବାକୁ ପାଇଥିଲେ I ଉକ୍ତ ଘଟଣାକୁ ନେଇ ଦେବଦଳା ଗାଁର କିଛି ଭଦ୍ରବ୍ୟକ୍ତିଙ୍କୁ ଖବର ଦେଇ ବନ୍ଧୁଗାଁ ଥାନାକୁ ଯାଇ ଲିଖିତ ଭାବରେ ଅଭିଯୋଗ କରିଥିଲେ I ଉକ୍ତ ଅଭିଯୋଗକୁ ବନ୍ଧୁଗାଁ ଥାନା ଅଧିକାରୀ ଆଇ ଆଇ ସି ଶ୍ରୀ ସିନ୍ଧୁ ସାରାକା ଓ ନାରାୟଣ ପାଟଣା ଥାନା ଅଧିକାରୀ ମମତା ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I ଏଥି ସଙ୍ଗେ ପଡି ରହିଥିବା ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର ଶବ ବ୍ୟବଛେଦ ଗୃହରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ବିଶେଷ ସୂଚନା, ଉକ୍ତ ଗାଙ୍ଗାନା ମୃତ୍ୟୁର କାରଣ କଣ ଓ କେଉଁ ପରିସ୍ଥିତିରେ ହୋଇଛି ତାହା ଅସ୍ପଷ୍ଟ ହେତୁ ବନ୍ଧୁଗାଁ ଥାନା ଅଧିକାରୀ ଦେବଦଳା ଗାଁର ରେଙ୍ଗା ମିଣିଆକା ଓ ରଞ୍ଜିତ ମେଲେକାଙ୍କୁ ଥାନାରେ ଅଟକ ରଖଯାଇ ପୋଚରାଉଚୁରା କରୁଥିବାର ଜାଣିବାକୁ ପାଇଛୁ I ଗାଙ୍ଗାନାଁ କୁ କେଉଁ କାରଣ ଯୋଗୁଁ ହତ୍ୟା କୋରାଯାଇଛି ତାହା ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କୋରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି I ଉକ୍ତ ଘଟଣା ବିଷୟରେ ଲଷ୍ମୀପୁର ଏସଡ଼ିପିଓ ଶ୍ରୀ ମନଜ ବେହେରା ବନ୍ଧୁଗାଁ ଥାନାରେ ପହଞ୍ଚି ଘଟଣାର ଅସଲି ରହସ୍ୟ କଣ ତାହା ଚାନବିନ କରୁଥିବାର ସୂଚନା ମିଳିଛି I

ସଞ୍ଜିବ କୁମାର ବଙ୍ଗାରୀ ରିପୋର୍ଟର I

Related posts

ଶିମିଳିପାଳରେ କୁମ୍ବିଂ ଅପରେସନକୁ ଜୋରଦାର କଲା ପୋଲିସ ଏବଂ ବନବିଭାଗ ! ମିଳିତ ଚଢାଉରେ ୮ ଦେଶି ବନ୍ଧୁକ ଜବତ ସହ ତିନି ଗିରଫ

Sunil Chandra Nayak

ନଦୀ ପଠାରୁ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ

Sunil Chandra Nayak

ଭୁଲଵେଡା ପ୍ରାଚୀନ ଜଳେଶ୍ବର ବାବା ଶୈବ ମନ୍ଦିରରେ କଳା କନା ବୁଲେଇଲେ ଦୁବୃର୍ତ୍ତ 

masiha

Leave a Comment

error: Content is protected !!