ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳାରେ ୭୮ ତମ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ବିଜାତଳାରେ ୭୮ ତମ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ 

ମୟୂରଭଞ୍ଜ- ୧୫/୦୮ ( ମସିହା)ଆଜି ସମଗ୍ର ଭାରତବର୍ଷ କୋଣ ଅନୁକୋଣେ ପଲ୍ଲୀ ରୁ ଦିଲ୍ଲୀ ବହୁ କଷ୍ଟଲବ୍ଧ ୭୮ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳନ କରୁଛି ।ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକ ପରିସରରେ ୭୮ ସ୍ବାଧୀନତା ଦିବସ ମହାସମାରୋହରେ ପାଳନ କରିଛି ।ବିଡିଓ ବଂଶୀଧର ଖୋସଲା ଙ୍କ ତତ୍ବାବଧାନରେ ଏହି ସାହାର୍ଯ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପାଖରୁ ପେରେଡ ଅଭିବାଦନ ଗ୍ରହଣ କରିଥିଲେ ଓ ଜାତୀୟ ପତାକା ଉତୋଳନ କରିଥିଲେ । ବିଡିଓ ବଂଶୀଧର ଖୋସଲା ରାଣୀ ମୁର୍ମୁ କହିଥିଲେ ଆମ୍ଭର ପୂର୍ବ ସୂରୀ ଜାତିର ପିତା ମହାତ୍ମା ଗାନ୍ଧୀ,ନେତାଜୀ ସୁବାଷ ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଉତ୍କଳ ମଣିଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ବହୁ ସ୍ଵାଧୀନତା ସଂଗ୍ରାମୀଙ୍କ ଦେଶଭକ୍ତି ,ବଳିଦାନ,ତ୍ୟାଗ ପାଇଁ ଆମ୍ଭେ ଆଜି ସ୍ଵାଧୀନତା ପାଇଛୁ । ତେଣୁ ସେମାନଙ୍କୁ କୋଟି କୋଟି ନମନ । ଆମ୍ଭଙ୍କୁ ଆହୁରି କଷ୍ଟ କରିବାକୁ ପଡିବ । ବିକଶିତ ଓଡ଼ିଶା,ବିକଶିତ ଭାରତ ଗଢ଼ିବାକୁ ହେଵ । ମୁଖ୍ୟ ଅତିଥି ରାଣୀ ମୁର୍ମୁ ସ୍ବାଧୀନତା ଦିବସ ଅବସରରେ ବିଜାତଳା ବ୍ଳକ ବାସୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।ଵିଜାତଳା ଵ୍ଳକର ସର୍ବାଙ୍ଗୀନ ଉନ୍ନତି ଏବଂ ଏହି ଅଂଚଳର ଲୋକଙ୍କୁ ଅଧିକ ଅଧିକରୁ ଅଧିକ ସେବା ଯୋଗାଇବା ଏବଂ ଅସହାୟ ଲୋକ, ଦୁର୍ବଳ ଶ୍ରେଣୀ,ଦିବ୍ଯାଙ୍ଗ, ମହିଳା ସମସ୍ତଙ୍କ ପାଇଁ ଆମେ ମିଳିତ କାମ କରିବା ପାଇଁ ଆଗେଇ ଆସିବା ଉଚିିତ ବୋଲି ବକ୍ତବ୍ୟରେ କହିଥିଲେ ।ତଦସହ ସଂସ୍କୃତି, ପରମ୍ପରା,ଭାଷା, ସାହିତ୍ୟ, ଐତିହ୍ୟର ସୁରକ୍ଷା ହିଁ ସ୍ଵାଧୀନତାକୁ ସମୃଦ୍ଧ କରେ ବୋଲି କହିଥିଲେ ।ଜିଲ୍ଲା ପରିଷଦ ସଦସ୍ଯା ମୀନା ସୋରେନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ସରପଞ୍ଚ ରାମଚନ୍ଦ୍ର ବାବୁ,ଓ ସମସ୍ତ ଜନ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ,ବ୍ଳକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

Sunil Chandra Nayak

୮ଦଫା ଦାବି ପୂରଣ ଦାବିରେ ପରଜଙ୍ଗ ବିଡ଼ିଓ ଙ୍କୁ ଅଙ୍ଗନବାଡି କର୍ମୀ ଙ୍କ ଦାବିପତ୍ର  

Sunil Chandra Nayak

ସାମ୍ବାଦିକ ସଂଘ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ:ଯୋଗ ଦେଲେ ସାଂସଦ, ବନ ଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀ 

masiha

Leave a Comment

error: Content is protected !!