ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକା ଛାତ୍ରୀଙ୍କୁ ସ୍କୁଲ କର୍ମଚାରୀଙ୍କ ଦୁଷ୍କର୍ମ !

ନାବାଳିକା ଛାତ୍ରୀଙ୍କୁ ସ୍କୁଲ କର୍ମଚାରୀଙ୍କ ଦୁଷ୍କର୍ମ !

ରାୟଗଡ଼ା, : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ବାଳିକା ସେବାଶ୍ରମରେ ସମାଜକୁ ଲଜ୍ଜିତ କରିବା ଭଳି ଏକ ନିନ୍ଦନୀୟ ଘଟଣା ଘଟିଛି। ସୂଚନା ମୁତାବକ ସେବାଶ୍ରମରେ ୩ୟ ଶ୍ରେଣୀର ପାଠ ପଢୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ହେଇଛି। ସେହି ସ୍କୁଲରେ ଥିବା ତୃତୀୟ ଶ୍ରେଣୀ ରେ ପଡୁଥିବା ନାବାଳିକା ଅପରାହ୍ଣ ଖାଇବା ଛୁଟିରେ ଘରକୁ ଆସି ଖାଇ ପୁଣି ସ୍କୁଲକୁ ଯାଇଥିଲା । କିନ୍ତୁ ସ୍କୁଲ କର୍ମଚାରୀ ଶିବ ଅନ୍ୟ ଏକ ନିଛାଟିଆ କଠୋରୀରେ କବାଟ ବନ୍ଦ କରି ଦୁଷ୍କର୍ମ କରିଥିବା ତାଙ୍କ ମାଁ କହିଛନ୍ତି। ଉଦ୍ଧାର ସମୟରେ ଝିଅକୁ ରକ୍ତସ୍ରାବ ହେଉଥ‌ିବା ପ୍ରତ୍ୟକ୍ଷଦର୍ଶି କହିଛନ୍ତି। ପରେ ପୀଡ଼ିତାଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଅଣା ଯାଇଥିଲା | ବର୍ତ୍ତମାନ ସେବାଶ୍ରମ ଆଗରେ ଗ୍ରାମବାସୀଙ୍କ ପକ୍ଷରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ଦେଖାଯାଇଥିବା ସହିତ ପୋଲିସ ର ଗୋଟେ ଭେନ ପୋଡି ଦେଇଥିଲେ, ଓ ଏକ ସ୍କୁଲ ବସ ଭି ଭୋଙ୍ଗାରୁଜା କରିଥିଲେ,  ପୋଲିସ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠି ଚାର୍ଜ କରିଥିଲେ | ସ୍ଥାନୀୟ ପୋଲିସ ସେବାଶ୍ରମ ଆଗରେ ପୋଲିସ ମୁତୟନ କରାଯାଇଛି । ବର୍ତ୍ତମାନ ପୋଲିସ ଭୟରେ ଡ଼ଙ୍ଗାସିଲ ଗ୍ରାମରେ ପୁରୁଷ ଶୂନ୍ୟ ହୋଇଛି |ଏହି ଘଟଣା ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା କୋଡିଏ ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ଚୋର୍ଚ୍ଚା ରେ |, ବର୍ତ୍ତମାନ ପୀଡିତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାପଡିଛି, ବର୍ତ୍ତମାନ ର ମୁଖ୍ୟ ପ୍ରଶ୍ନ ଉଠୁଛି ଜେ ଆବାସିକ ସ୍କୁଲରେ ଥିବା ଛାତ୍ରୀ ମାନେ କେତେ ସୁରକ୍ଷିତ, ଏ ଘଟଣା ପରେ ସ୍କୁଲରେ ପଡୁଥିବା ଛାତ୍ରୀ ମାନଙ୍କ ମାଆ, ବାପା ଆବାସିକ ସ୍କୁଲ ଗୁଡିକୁ କେମିତି ବିଶ୍ୱାସ କରିବେ, ଅନେକ ଅଭିଭାବକ ମାନେ ନିଜ ପିଲାଙ୍କୁ ସ୍କୁଲ ରୁ ନେଇଯାଉଥିବା ଜଣାପଡୁଛି ।

ବର୍ତ୍ତମାନ ଅଭିଯୁକ୍ତ କୁ ଚାକିରିରୁ ବହିଷ୍କାର କରାଯାଇଥିବା ସହିତ ପଚରା ଉଚରା କରାଯାଉଛି ଓ ପ୍ରଧାନ ଶିକ୍ଷକ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରାଯାଇଛି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୋବାଇଲ୍ ଫୋନ୍ ଲୁଟ୍ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ଜଣେ ଗିରଫ୍ ସହିତ ଲୁଟ୍ ଜିନିଷ ଉଦ୍ଧାର

Sunil Chandra Nayak

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

Sunil Chandra Nayak

ନାବାଳିକାକୁ ଧର୍ଷଣ ଅଭିଯୋଗରେ ଯୁବକ ଗିରଫ

Sunil Chandra Nayak

Leave a Comment

error: Content is protected !!