ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଠ ଏବଂ ମନ୍ଦିରରେ ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ମଠ ଏବଂ ମନ୍ଦିରରେ ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୃତ୍ତ

୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଲୁଟ 

ବସ୍ତା ,୧୦।୧: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମରେ ଥିବା ନିତାଇ ଗୌର ମନ୍ଦିର ଏବଂ ଜାମଶୁଳୀ ଗ୍ରାମରେ ଥିବା ଏକ ମଠରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଛି। ଆଜି ସକାଳେ ମନ୍ଦିରର ପୂଜକ ପ୍ରଥମେ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡି ଥିବାର ଦେଖି ସ୍ଥାନୀୟ ଲୋକ ଏବଂ ସିଂଲା ପୋଲିସକୁ ଖବର ଦେଇ ଥିଲେ।ଖବର ପାଇ ସିଂଲା ଥାନା ପୋଲିସ, ଏବଂ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁରକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଉଭୟ ମଠ ଏବଂ ମନ୍ଦିରରୁ ଠାକୁରଙ୍କର ସମସ୍ତ ସୂନା ଅଳଙ୍କାର, ଆସବାପତ୍ର ଓ ଦାନ ହୁଣ୍ତିରୁ ନଗଦ ଟଙ୍କା ଲୁଟ କରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ ଚୋରୀ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ କୋର୍ଟ ଦ୍ଵାରା କଳାହାଣ୍ଡି ପୂର୍ବତନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ହିସାବ ରକ୍ଷକ ଦଣ୍ଡିତ

ବାଦାମପାହାଡରେ ବହୁ ଚର୍ଚ୍ଚିତ ଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Sunil Chandra Nayak

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

masiha

Leave a Comment

error: Content is protected !!