ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଥାନା ; ବେକରେ ଶାଢୀ ଲଗାଇ ଘର ଭିତରେ ଯୁବକର ଆତ୍ମହତ୍ଯା

ତିରିଂ ଥାନା ; ବେକରେ ଶାଢୀ ଲଗାଇ ଘର ଭିତରେ ଯୁବକର ଆତ୍ମହତ୍ଯା

ରାଇରଙ୍ଗପୁର – ୧୧/୦୮ ଦିନକୁ ଦିନ ଯୁବ ମହଲରେ ଅବସାଦ ଓ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ଯାହାକି ସାମାଜିକ କର୍ମି ମହଲରେ ଚିନ୍ତାର ବିଷୟ ପାଲଟିଛି ।

 ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅଞ୍ଚଳର ଦୁବୁଲାବେଡା ଗ୍ରାମର ବାଦଲ ପାତ୍ରର ରୋଜଗାରିଆ ୨୪ ଵର୍ଷୀୟ ଭେଣ୍ଡିଆ ପୁଅ ସାଧୁ ପାତ୍ର ସୋମବାର ରାତିରେ ନିଜ ଘରେ ମାନସିକ ଭାରସାମ୍ୟ ହରାଇ ବେକରେ ଶାଢ଼ୀ ଗୁଡ଼ାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ଖବର ପାଇ ତିରିଂ ପୋଲିସ ମୃତକକୁ ଉଦ୍ଧାର କରି ରାଇରଙ୍ଗପୁର‌ହସ୍ପିଟାଲକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ଭେଣ୍ଡିଆ ପୁଅ ସାଧୁ ପାତ୍ର କେଉଁ ପରିସ୍ଥିତିରେ ନିଜର ଅମୂଲ୍ୟ ଜୀବନକୁ ହରାଇଲା ତାହାକୁ ନେଇ ସାଧାରଣରେ ଚର୍ଚା ଚାଲିଛି ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରାଇ ଆଜି ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସାଧୁର ମୃତ୍ୟୁକୁ ନେଇ ଗାଁରେ ଶୋକରେ ଛାୟା ଖେଳିଯାଇଛି 

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ବେଆଇନ ଶାମୁକା ବ୍ଯବସାୟ ର ପେଣ୍ଠସ୍ଥଳ ପାଲଟିଛି ବାଲିଆପାଳ ବ୍ଲକ ର ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ

Sunil Chandra Nayak

ଦିନ ଦ୍ୱିପ୍ରହରରେ ଲୁଟ୍‌:କଳା ପଲସର ଆତଙ୍କ:ବ୍ୟବସାୟୀ ଙ୍କ ଠାରୁ ୧୭ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Sunil Chandra Nayak

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

Leave a Comment

error: Content is protected !!