ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧରାକୋଟ, ଚୋରୀ ଅଭିଯୋଗରେ ଚାରି ଗିରଫ 

ଧରାକୋଟ, ଚୋରୀ ଅଭିଯୋଗରେ ଚାରି ଗିରଫ 

ଆସିକା,୨୧/୮/୨୫ —  ଧରାକୋଟ ଥାନା ଅନ୍ତର୍ଗତ ଧରାକୋଟ ଗ୍ରାମର ସୁଦେସ୍ତ୍ନା ସାହୁଙ୍କ ଘରୁ ଗତ 19/6/2025 ତାରିଖ ରାତିରେ କିଛି ଅଜଣା ବ୍ୟକ୍ତି ସିନ୍ଧୁକ ଭାଙ୍ଗି ଅଧ ତୋଳା ସୁନା, ରୂପା ସାମଗ୍ରୀ,ନଗଦ 5000 ଟଙ୍କା, ଲୁଗା ପଟା ସହ ଏକ ଏଣ୍ଡ୍ରେଏଡ ମୋବାଇଲ ଫୋନ ଚୋରି କରି ନେଇଥିଲେ । ଏ ସମ୍ପର୍କରେ ସୁଦେଶ୍ନା ସାହୁ ଧରାକୋଟ ଥାନାରେ ଅଭିଯୋଗ କରିବା ପରେ କେସ ନମ୍ବର 235/25 ପ୍ରକାରେ ମାମଲା ରୁଜୁ କରାଯିବା ପରେ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଅଭିମନ୍ୟୁ ପାଣ୍ଡେ ଅଧିକ ତଦନ୍ତ ଜାରି ରଖିଥିଲେ । ବୈଷୟିକ ଦଳର ସହାୟତାରେ ଏହି କେସ ସହ ସଂପୃକ୍ତ ଧରାକୋଟ ଥାନା ଅନ୍ତର୍ଗତ ଘୋଡାପଲି ଗ୍ରାମର ବଚନ ଶିକାରୀ 21 ବର୍ଷ, ଟାଙ୍ଗୀ ଥାନା ଅନ୍ତର୍ଗତ କୁଞ୍ଜୁର ଗ୍ରାମର ସୁଶାନ୍ତ ପ୍ରଧାନ 25 ବର୍ଷ, ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ସଞ୍ଜୟ ପାତ୍ର 35 ବର୍ଷ ଓ ଚୋରି ସାମଗ୍ରୀ କିଣିଥିବା ଜଂକିଆ ଥାନାର ଅଚ୍ୟୁତପୁର ଗ୍ରାମର ଅରକ୍ଷିତ ରାଉଳ ଙ୍କୁ ଗଞ୍ଜାମ,ବ୍ରହ୍ମପୁର ଓ ଖୋର୍ଦ୍ଧା ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ 4 ଗୋଟି ମୋବାଇଲ ଫୋନ,ସୁନା ମଙ୍ଗଳସୂତ୍ର,ସୁନା ଲକେଟ, 2 ଗୋଟି କାନ ରିଙ୍ଗ 2 ,16 ଗୋଟି ସୁନା ରୋଲ,1 ଗୋଟି ସୁନା ଲକେଟ,ତାଲା ଭଙ୍ଗା ରଡ,ଆଧାର, ପାନ, ଏ ଟି ଏମ ଓ ଭୋଟ ପରିଚୟ ପତ୍ର ଜବତ କରାଯାଇଛି । ଅନୁସନ୍ଧାନ ବେଳେ ସେମାନେ ଗଞ୍ଜାମ ,ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ହୋଇଥିବା ଚୋରିରେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଅଭିଯୁକ୍ତ ଚାରି ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ରୂପସା ଷ୍ଟେସନରୁ ମୋବାଇଲ ଲୁଟେରା ଗିରଫ୍ 

masiha

କଳାହାଣ୍ଡି:ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ହତ୍ୟା କି ଦୁର୍ଘଟଣା ତଦନ୍ତ ଜାରି….

masiha

ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଆଜି ଜଣେ ଗର୍ଭବତୀ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

Sunil Chandra Nayak

Leave a Comment

error: Content is protected !!