ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆକ୍ଷେପ ଥାନାରେ ଏତଲା 

ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆକ୍ଷେପ ଥାନାରେ ଏତଲା 

ନବରଙ୍ଗପୁର:(୧୮|୬)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ମାନଙ୍କୁ ସୋସିଆଲ ମିଡ଼ିଆରେ ଆପତ୍ତି ଜନକ ପୋଷ୍ଟକୁ ନେଇ ଥାନାରେ ଏତଲା | ମଇଦଲପୁର ଥାନା ନୀଳାଦ୍ରିଗୁଡା ଅଞ୍ଚଳର ମହେଶ୍ୱର ହରିଜନ ନିଜ ଫେସ ବୁକରେ ସାମ୍ବାଦିକ ମାନଙ୍କୁ ଗତ ମଙ୍ଗଳବାର ପୋଷ୍ଟ କରିଥିଲେ | ଶସ୍ତା ସାମ୍ବାଦିକ, ଲୋଭା ଶକ୍ତ, କିଣା ସାମ୍ବାଦିକ ନେଇ ପୋଷ୍ଟ କରିଥିଲେ | ଉକ୍ତ ଘଟଣାକୁ ନିନ୍ଦା କରି ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ସଂଘ ଆଜି ଥାନାରେ ଏତଲା ଦେଇଛନ୍ତି | ସଭାପତି ଏନ ଜନାର୍ଦ୍ଦନ ରାଓଙ୍କ ନେତୃତ୍ୱରେ ଆଇଆଇସି ଦୀପକ କୁମାର ଜେନାଙ୍କୁ ଏତଲା ପ୍ରଦାନ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସୂଚନା ଥାଉକି ଚଳିତ ମାସ ୧୬ ତାରିଖରେ ଲ୍ୟାମ୍ପର ଦୁର୍ନୀତି ହୋଇଛି ବୋଲି ଡ଼ାଇରେକ୍ଟର ମହେଶ୍ୱର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଲ୍ୟାମ୍ପର ଏମଡି ଙ୍କ ବିରୋଦ୍ଧରେ ଓ ଲ୍ୟାମ୍ପ କର୍ମଚାରୀ ଙ୍କ କାର୍ଯ୍ୟ କଳାପ ଉପରେ ସେ ନିନ୍ଦା କରି ସମ୍ମିଳନୀରେ କହିଥିଲେ । ଏଥିରେ ଅନେକ ସାମ୍ବାଦିକ ଯୋଗଦେଇଥିଲେ । କିନ୍ତୁ ସେ ଯାହା ଅଭିଯୋଗ କରିଥିଲେ ସାମ୍ବାଦିକ ସମ୍ମିଳନୀରେ ତାହାର କୌଣସି ପ୍ରମାଣ କିମ୍ବା ତଥ୍ୟ ପ୍ରଦାନ କରି ନ ଥିଲେ । ଫଳରେ ସାମ୍ବାଦିକ ମାନେ ଖବର ପ୍ରସାରଣ କରି ନ ଥିଲେ । ଏଥିରେ ନିଜେ ଲଜ୍ଜିତ ହୋଇ ଫେସବୁକ ଏକାଉଣ୍ଟରେ ସାମ୍ବାଦିକ ମାନଙ୍କ ପ୍ରତି ଅପମାନ ସୂଚକ ବାକ୍ୟ ପ୍ରୟୋଗ କରି ଲେଖିଛନ୍ତି । ଯାହାକି ସାମ୍ବାଦିକ ଙ୍କ ପ୍ରତି ଅପମାନ ହୋଇଛି । ଏହାକୁ ନିନ୍ଦା କରି ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ସଙ୍ଘ ସଭାପତିଙ୍କ ନେତୃତ୍ୱରେ ସାମ୍ବାଦିକଙ୍କ ପ୍ରତି କଟାକ୍ଷ ଦେଇଥିବା ମହେଶ୍ୱରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଏକ ଲିଖିତ ଆଭିଯୋଗ ଦିଆଯାଇଛି । ଏଥିରେ ବ୍ଲକର ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୁଣି ଗାରିଡି ସନ୍ଧେହରେ ଯିଅନ୍ତା ଜାଳିଦେଲେ !!

masiha

ବହଳଦା ଅବକାରୀ ବିଭାଗ ଯନ୍ତାରେ ଦୁଇ ଧଳା ଜହର ମାଫିଆ,୧୩ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏବଂ କଳା ସ୍ପ୍ଲେଣ୍ଡର ଜବତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ପୋଲିସ କୁ ବଡ଼ ସଫଳତା

Sunil Chandra Nayak

Leave a Comment

error: Content is protected !!