ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଧରପଗଡ଼ ଦ୍ଵାରା ଦୁଇ ଗିରଫ: ବିଦେଶୀ ମଦ ଜବତ 

ନବରଙ୍ଗପୁର—( ମସିହା) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟ ଙ୍କ ନିର୍ଦ୍ଦେଶକ୍ରମେ ଉମରକୋଟ ରେଞ୍ଜ ଅବକାରୀ ନିରୀକ୍ଷକ ହରିହର ସିଂ ଙ୍କ ଆଦେଶ କ୍ରମେ ଡାବୁଗାଁ ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ଗ୍ରାମରେ ଅବକାରୀ ଧର ପଗଡ଼ କରାଯାଇ ଥିଲା l ବିଭିନ୍ନ ଗ୍ରାମ ଅବକାରୀ ଧର ପଗଡ କରିବା ଦ୍ୱାରା ନନ୍ଦପୁରା ଗ୍ରାମ ଭୂଷଣ ପ୍ରସାଦ ଗୁପ୍ତା ଙ୍କ ଘରୁ ଓ ଆମ୍ବାଗୁଡା ଗ୍ରାମର ବୃନ୍ଦାବତୀ ବିଶୋୟୀ ଙ୍କ ଘରୁ ବିଦେଶୀ ମଦ ବିଅର୍ ୨୦ ଲିଟର ୮୦୦ ଏମ୍ ଏଲ୍ ଜବତ କରିବା ସହ ଦୁଇ ଜଣ ଙ୍କୁ ଗିରଫ କରିଛନ୍ତି l ସେମାନଙ୍କ ନାମରେ ନୋଟିସ୍ କରାଯାଇ ଛାଡିଦିଆ ଯାଇଛି l ଉକ୍ତ ଅବକାରୀ ଧର ପଗଡ ରେ ଅବକାରୀ ଥାନା ଅଧିକାରୀ ବୁଲୁ କୁମାର ପାତ୍ର, ଅବକାରୀ ସହ- ଉପ- ନିରୀକ୍ଷକ ସୁରେନ୍ଦ୍ର ପଣ୍ଡା, କନେଷ୍ଟବଲ ସୁରେଖା ଭତ୍ରା ଓ ନାରାୟଣ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ l ଦୁଇ ଜଣ ଙ୍କ ନାମରେ ଯଥାକ୍ରମେ ୪୪/୨୩- ୨୪ ଓ ୪୫/୨୩-୨୪ ଅବକାରୀ ମାମଲା ରୁଜୁ କରାଯାଇଛି lଏପରି ଅବକାରୀ ଧର ପଗଡ କରିବା ଦ୍ଵାରା ଚୋରା କାରବାର କରୁଥିବା ମଦ ବେପାରୀ ଙ୍କ ମନରେ ଏକ ପ୍ରକାର ଛନକା ପଶି ଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଧର୍ମଗଡ ସହରରେ ଖୁଲମ୍ ଖୁଲ୍ଲା ଚାଲିଛି  ଚୋରା ଦେଶୀ ମଦ ପାଉଚ୍ କାରବାର। ଅବକାରୀ ବିଭାଗ ନୀରବ ଦ୍ରଷ୍ଟା….

Sunil Chandra Nayak

ଦେଶୀ ମହୁଲି ମଦ ଜବତ, ୨ କୋର୍ଟ ଚାଲାଣ

masiha

ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ରିମାଣ୍ଡରେ ସୂଚୀସ୍ମିତା , ୨ କୋଟି ୫୬ ଲକ୍ଷ ଅର୍ଥ ଆତ୍ମସାତ ହୋଇଥିବା ପ୍ରକାଶ

Sunil Chandra Nayak

Leave a Comment

error: Content is protected !!