ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖୋଜ ଯୁବତୀ ଉଦ୍ଧାର

ପାପଡାହାଣ୍ଡି,6/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ଲହରାକାନି ଅଞ୍ଚଳରୁ ଜଣେ ନିଖୋଜ ଯୁବତୀକୁ ମଙ୍ଗଳବାର ପୋଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି | ସୂଚନା ମୁତାବକ ଗତ 27 ତାରିଖ ଦିନ ସୁବାସିନୀ ଗରଡ଼ା ନିଖୋଜ ହେବା ପରେ ଏ ନେଇ ବାପା ଭୂଷଣ ଗରଡ଼ା 28 ତାରିଖରେ ଥାନାରେ ଏତଲା ଦେଇଥିଲେ | ପୋଲିସ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା | ହାଇଦ୍ରାବାଦରୁ ଫେରି ଯୁବତୀ ଜଣକ ନବରଙ୍ଗପୁର ଚାମୁରିଆଗୁଡାରେ ଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଦୀପକ ଜେନାଙ୍କ ନେତୃତ୍ୱରେ ଏସଆଈ ଶିବଜି ପଣ୍ଡା ଯୁବତୀ ଉଦ୍ଧାର କରିଥିଲେ | ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | କେସ ନମ୍ବର 9/23 ରେ ମାମଲା ରୁଜୁ ହୋଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା କଲେଜରେ ‘ବନ ମହୋତ୍ସବ ସପ୍ତାହ’ ପାଳିତ

ନୁଆ ଏକ ଦୁନିଆର ସ୍ୱପ୍ନ ଦେଖାଉଛି ‘ଶିକ୍ଷା ଚୌପାଲ

Sunil Chandra Nayak

ଅମିତ ସାହା ଙ୍କ ମନ୍ତବ୍ୟ ବିରୁଦ୍ଧରେ ବହୁଜନ ସଂଗ୍ରାମ ସମିତିର ଜୁନାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ 

masiha

Leave a Comment

error: Content is protected !!