ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବେଲଗୁଣ୍ଠା,୧୧/୦୮ ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ପୋଷାକ ବିତରଣ ମେଳା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗାଁର ବିଦ୍ୟାଳୟରୁ ଆରମ୍ଭ ହେଉଥିବା ପରିବର୍ତ୍ତନ ହିଁ ଆଗାମୀ ଦିନରେ ଏକ ସଶକ୍ତ ଓ ସମୃଦ୍ଧ ସମାଜର ଭିତ୍ତି ଗଢ଼ିବ। ପ୍ରତ୍ୟେକ ଶିଶୁ ନିଜ ସ୍ୱପ୍ନକୁ ପୂରଣ କରିବାର ସୁଯୋଗ ପାଉ—ଏହି ଲକ୍ଷ୍ୟରେ ଶିକ୍ଷା, ଭିତ୍ତିଭୂମି ଓ ଜନକଲ୍ୟାଣକୁ ପ୍ରାଥମିକତା ଦେଇ ବିକାଶର ଯାତ୍ରା ଅବ୍ୟାହତ ରହିଛି।ଶିକ୍ଷାର ଆଲୋକ ପ୍ରତ୍ୟେକ ଘରେ ପହଞ୍ଚୁ ଏବଂ ପ୍ରତ୍ୟେକ ଶିଶୁର ସ୍ୱପ୍ନ ସାକାର ହେଉ—ଏହା ହିଁ ଆମର ସଂକଳ୍ପ ବୋଲି ଉପସ୍ଥିତ ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ଶିବରାମ ମହାନ୍ତି ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ଶିକ୍ଷକ ଆକୁଳ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ପ୍ରଧାନ,ଶିକ୍ଷୟିତ୍ରୀ ଅଳକା କୁମାରୀ ମହାପାତ୍ର,ପିଙ୍କି ଦଳାଇ, ଦୀପା ପ୍ରଧାନ,କ୍ରୀଡା ଶିକ୍ଷକ ପ୍ରକାଶ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ସନିତ୍ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ।

Related posts

ବିଲରେ ଟଳି ପଡିଲେ ଚାଷୀ

Sunil Chandra Nayak

ରାଜ୍ୟ ରାଜପଥ ଉପରେ ସାପ୍ତାହିକ ବିଜାତଳା ହାଟ;ରାସ୍ତା ଗହଳି ନେଇ ବାରମ୍ବାର ଦୁର୍ଘଟଣା; ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀଙ୍କ ଦାଵି

Sunil Chandra Nayak

୩୬ ଦିନରେ ପ୍ରାଥମିକ ଶିକ୍ଷକ ମହାସଂଘ , ଓଡ଼ିଶା ଷ୍ଟିଅରିଂ କମିଟିର ଗଣଧାରଣା

Leave a Comment

error: Content is protected !!