ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭବନରେ କୃଷି ଓ ଗ୍ରାମ ବିକାଶ ପ୍ରଭାଗ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବରିଷ୍ଠ ରାଜଯୋଗୀ ରାଜୁ ଭାଇ

ଶାନ୍ତି ଶକ୍ତି ଭବନରେ କୃଷି ଓ ଗ୍ରାମ ବିକାଶ ପ୍ରଭାଗ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବରିଷ୍ଠ ରାଜଯୋଗୀ ରାଜୁ ଭାଇ

ଆସିକା,୮/୮/୨୫ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ନବ ନିର୍ମିତ ଜ୍ଞାନ ମଣ୍ଡପରେ ଏକ ଦିବସୀୟ ଅଖଣ୍ଡ ଯୋଗ ତପସ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି l ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ବ୍ରହ୍ମପୁର ସବ ଜୋନ୍ ପ୍ରଭାରୀ ରାଜଯୋଗିନୀ ମାଳା ଦିଦିଙ୍କ ପୌରୋହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର କୃଷି ଓ ଗ୍ରାମ ବିକାଶ ପ୍ରଭାଗ ମାଉଣ୍ଟ ଆବୁ ରାଜସ୍ଥାନରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବରିଷ୍ଠ ରାଜଯୋଗ ଶିକ୍ଷକ ବ୍ରହ୍ମlକୁମାର ରାଜୁ ଭାଇ ପରମାତ୍ମା ପିତାଙ୍କ ସନ୍ଦେଶ ଦେବା ଅବସରରେ ପ୍ରକାଶ କରିଥିଲେ ଯେ ଶିବପିତା ସମସ୍ତ ସନ୍ତାନଙ୍କୁ ଦୁଃଖ ଶୋକର ବନ୍ଧନରୁ ମୁକ୍ତ କରିବା ପାଇଁ ଧାରା ପୃଷ୍ଠରେ ଅବତରିତ ହୋଇ ଯେଉଁ ଯଜ୍ଞ ରଚନା କରିଛନ୍ତି ସେହି ଯୋଗ ଅଗ୍ନିରେ ଆତ୍ମା ତାର ଅବଗୁଣ କୁ ବିସର୍ଜନ କରି ଦୈବୀ କୁଳର ଅଧିକାରୀ ହେବ ଏହା ହିଁ ଅବଶ୍ୟମ୍ଭାବୀ l କାର୍ଯ୍ୟକ୍ରମରେ ଆସ୍କା ବିଜ୍ଞାନ ମହା ବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା, ଆସିକା ଚିନିକଳର ପରିଚାଳନା ନିର୍ଦ୍ଦେଶକ ଡାଃ ସୁଶାନ୍ତ କୁମାର ପଣ୍ଡା, ଆସ୍କା ବାର ଆସୋସିଏସନର ପୁର୍ବତନ ସଭାପତି ସୁଧାଂଶୁ କୁମାର ପଣ୍ଡା, ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୂର୍ଗା ପ୍ରସାଦ ପଣ୍ଡା ଓ ଚିନ୍ମୟ ମିଶନର ସଭାପତି ଲକ୍ଷ୍ମୀନାରାୟଣ ଗୁପ୍ତା ଉପସ୍ଥିତ ରହି ଉଦଘାଟନୀ ଉତ୍ସବରେ ପ୍ରଦୀପ ପ୍ରଜ୍ଜଳନରେ ଯୋଗଦାନ କରିବା ସହିତ ସହରବାସୀଙ୍କ ତରଫରୁ ରାଜ ଯୋଗି ରାଜୁ ଭାଇ ଓ ରାଜ ଯୋଗିନୀ ମାଳା ଦିଦିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ l ଏହି ଅବସରରେ ରାଜ ଯୋଗି ବ୍ରହ୍ମାକୁମାର ରାଜୁ ଭାଇଙ୍କୁ ସଂସ୍କୃତ ରେ ପ୍ରଶଂସା ପତ୍ର ପ୍ରଦାନ କରା ଯାଇଥିଲା l ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପାଞ୍ଚ ଶହ ଭଉଣୀ ଭାଇ ଏହି ଶିବିରରେ ଯୋଗ ଦେଇଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଜୟ ହିନ୍ଦ ପବ୍ଲିକ ସ୍କୁଳ ର ବାର୍ଷିକ ଉତ୍ସବ

Sunil Chandra Nayak

ନୂତନ କର୍ମକର୍ତ୍ତା ଚୟନ,  ଧର୍ମଗଡ଼ ପୀଡିତା ମାନଙ୍କୁ ନ୍ୟାୟ ପାଇଁ ମଙ୍ଗଳବାର ରୁ କଳାହାଣ୍ଡି ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯିବ

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

Leave a Comment

error: Content is protected !!