ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକ୍ତିପଥ ର ନବୀକରଣ ଓ ଲୋକାର୍ପିତ 

ମୁକ୍ତିପଥ ର ନବୀକରଣ ଓ ଲୋକାର୍ପିତ 

ରାଉରକେଲା: ସମାଜସେବା ଓ ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରତିବଦ୍ଧତା ଥିବା ଯୁବ ହଷ୍ଟେଲ ରାଉରକେଲା ର ଖାଲି ରାଜ୍ୟ କାହିଁକି ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆବଶ୍ୟକ ସ୍ଥଳେ ସ୍ବଳ୍ପ ମୂଲ୍ୟରେ ଶ୍ମଶାନ କୁ ନେବାପାଇଁ ଶବବାହକ ମୁକ୍ତିପଥ ଗାଡି ଯୋଗାଇ ଦିଆ ଯାଇଥାଏ। ଏହି କ୍ରମରେ ଆରଏସପି ର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ଡ ଅତନୁ ଭୈ।ମିକ ଙ୍କ ସହଧର୍ମିଣୀ ସୀମା ଦେଓ ଭୈ।ମିକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁରୁଣା ମୁକ୍ତିପଥ ଗାଡି କୁ ନବୀକରଣ କରାଯାଇ ସେବା ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ଏହାର ସମସ୍ତ ଖର୍ଚ୍ଚ ଡ ଭୈ।ମିକ ବହନ କରିଥିଲେ। ସେକ୍ଟର ୩ ସ୍ଥିତ ଯୁବ ହଷ୍ଟେଲ କାର୍ଯ୍ୟାଳୟ ଠାରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଡ ଭୈ।ମିକଙ୍କ ସହ ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ବାଇଁ ଉପସ୍ଥିତ ରହି ଏହି ମୁକ୍ତିପଥ ଗାଡି କୁ ଲୋକାର୍ପିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ବେହେରା,ଜି ଏନ୍ ଶ୍ରୀବାସ୍ତବ,ଡି ମହାନ୍ତି,ଅମିତାଭ ଠାକୁର, ରମେଶ ପାତ୍ର,କେ ସି ପାଢ଼ୀ,ଏ ଏନ୍ ମହାନ୍ତି, ଇନ୍ଦିରା ପଟ୍ଟନାୟକ, ସୁଚିତ୍ରା ମଲ୍ଲିକ,ଏସ କେ ଦାସ,ବିଜୟ ପଣ୍ଡା,ସମରକାନ୍ତ ମଲ୍ଲିକ, ମୀନାକ୍ଷୀ ପାଢ଼ୀ, କବିତା ବିଶୋଇ, ମମତା ମିଶ୍ର, ନାରାୟଣ ମହନ୍ତ, କାମିନୀ ମହନ୍ତ,ଅସିତ କୁମାର ସ, ସରୋଜ ପଟ୍ଟନାୟକ, ଅନିର୍ବାଣ ଦତ୍ତ, ମନୋଜ ଖାନ୍,ଜେ ବେହେରା, ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇପଲ୍ଲୀରେ ୨୦ ଲକ୍ଷ ଟଙ୍କାରେ ‘ଗ୍ରାମୀଣ ଉଦ୍ୟାନ’ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

ସେବା ପର୍ବ- ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା 

Sunil Chandra Nayak

ରାଜ୍ୟ ସରକାରଙ୍କ  ଘରୋଇ ସଂସ୍ଥା କୁ ଗେହ୍ଲାପୁଅ କରି ରଖିଛନ୍ତି,କାମ ଦେଉନି ମୋ ସରକାର ଙ୍କ କାର୍ଯ୍ୟକାରିତା

Leave a Comment

error: Content is protected !!