ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଲ ପରିବହନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ ପ୍ରସଙ୍ଗ ବିଧାୟକ ଶ୍ରୀ ତନ୍ତୀଙ୍କ ଚିଠି ପରେ ଏନ ଏସ ପି ସି ଏଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ.

ମାଲ ପରିବହନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ ପ୍ରସଙ୍ଗ

ବିଧାୟକ ଶ୍ରୀ ତନ୍ତୀଙ୍କ ଚିଠି ପରେ ଏନ ଏସ ପି ସି ଏଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ.

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା ଏନ ଏସ ପି ସି ଏଲରୁ ନିର୍ଗତ ବର୍ଜ୍ୟବସ୍ତୁ (ଫ୍ଲାଇ ଆସ୍ ଇତ୍ୟାଦି) ସବୁକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ନିୟୋଜିତ କରାଯାଇଥିବା ପରିବହନ କାରୀ ସଂସ୍ଥାମାନେ କାରଖାନା ଭିତରେ ନିଜ ନିଜ ଟ୍ରକ ଗୁଡିକୁ ଠିଆ ନକରି ଘଣ୍ଟା ଘଣ୍ଟା ଧରି ବିଶ୍ରା ଛକ-ବନ୍ଧମୁଣ୍ଡା ରାସ୍ତାରେ ଠିଆ କରୁଥିଲେ । ଫଳରେ ସେହି ମାର୍ଗ ଦେଇ ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଆସୁଥିଲା । ଏ ସମ୍ବନ୍ଧରେ ସ୍ଥାନୀୟ ଅଞ୍ଚଳବାସୀ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ମାନ୍ୟବର ବିଧାୟକ ଶ୍ରୀ ତନ୍ତୀ କାରଖାନା ରୁ ନିର୍ଗତ ବର୍ଜ୍ୟବସ୍ତୁ ପରିବହନ ପାଇଁ ଆସୁଥିବା ଟ୍ରକ ଗୁଡିଜୁ ରାସ୍ତା ଉପରେ ଠିଆ ନକରି କାରଖାନା ପରିସର ଭିତରେ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗତ ସପ୍ତାହରେ ଏନ ଏସ ପି ସି ଏଲକୁ ଚିଠି ଲେଖିଥିଲେ । ମାନ୍ୟବର ବିଧାୟକଙ୍କ ଚିଠି ପାଇବା ପରେ ଏନ ଏସ ପି ସି ଏଲ କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

masiha

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ, ଗଛତଳେ ବସି ପାଠ ପଢିଲେ ଛାତ୍ରୀଛାତ୍ର 

masiha

ପୋଷଣ ମାହ ୨୦୨୩ ପୁରସ୍କାର ହାସଲ କଲା ଜିଲ୍ଲା ପ୍ରଶାସନ

masiha

Leave a Comment

error: Content is protected !!