ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ

ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ 

ରାଉରକେଲା/ ସହରର ଅଗ୍ରଣୀ ମହିଳା ସାମାଜିକ ଅନୁଷ୍ଠାନ ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ ଝିରପାଣି ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତି ଙ୍କ ଅଧ୍ୟକ୍ଷତା ଓ ସୁଲତା ପତି, ପ୍ରିୟଦର୍ଶିନୀ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ ଙ୍କ ସହରର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ମାନେ ଯୋଗ ଦେଇ ଭାବ ବିନିମୟ ସହ ମଉଜ ମସ୍ତି କରିଥିଲେ। ଏହି ଅବସରରେ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ମ୍ୟୁଜିକ ଚେୟାର, ନୃତ୍ୟଗୀତ ଓ ନୂଆବର୍ଷ ଉପଲକ୍ଷେ କେକ୍ କଟାଯାଇଥିଲା। ଏହି ଅବସରରେ ସୁଦିନ ଶର୍ମା ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଶାନ୍ତିଲତା ବେହେରା, ଜୋୟା ତ୍ରିପାଠୀ, ବନଜା ବିଶ୍ବାଳ, ସୁଚିସ୍ମିତା ପଣ୍ଡା,ମିତା ଶର୍ମା, ମନୋଜ ମହାନ୍ତି, ବିଶ୍ବଜିତ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ କାର୍ଯ୍ୟକ୍ରମକୁ ସୁଚାରୁ, ସ୍ୱଚ୍ଛ ଓ ସଫଳ ଭାବେ ପରିଚାଳନା କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଉଦଘାଟନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ, ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

masiha

Leave a Comment

error: Content is protected !!