ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଲେଇ ତାଲିମ ସାର୍ଟିଫିକେଟ ବଣ୍ଟନ

ଜୁନାଗଡ଼,୧/୭(ମ ନି ସ)ସ୍ବେଚ୍ଛାସେବୀ କର୍ତ୍ତବ୍ୟ ଅନୁଷ୍ଠାନ ପରିସର ମଧ୍ୟରେ ଶିଶୁ ଯତ୍ନ ବିକଳ୍ପ ବ୍ୟବସ୍ତା ତରଫରୁ ସିଲେଇ ତାଲିମ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୩ ମାସଧରି ଚାଲିଥିବା ଏହି ତାଲିମ ଶିବିରରେ ମୋଟ ୧୪୦ ଜଣ ଛାତ୍ରୀଙ୍କୁ ସିଲେଇ ଶିକ୍ଷା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପଧକ୍ଷ୍ୟା ସୁଧିରା ମେହେର,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାର୍ଟିଫିକେଟ ପ୍ରଦାନ କରିଥିଲେ।କାର୍ତ୍ତବ୍ୟର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ହୋଇ ତାଲିମ ସାଥି ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଦିବ୍ୟଶଙ୍କର,ବନ୍ଦନା,ମୁରଲୀ ,ପ୍ରସନ୍ନ,ଜିତେନ୍ଦ୍ର କୁମାର,ରଞ୍ଜିତାପ୍ରମୁଖ ସହଯୋଗ କରିଥିବା ବେଳେ ନିରାକାର ଦଣ୍ଡସେନା ସଂଯୋଜନା କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମାଳିଗାଁ ଗ୍ରାମ ପଞ୍ଚାୟତ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ

masiha

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

ଦୁଇ ବାଇକ ମଧ୍ୟରେ ଧକ୍କା, ଦୁଇ ଗୁରୁତର 

Sunil Chandra Nayak

Leave a Comment

error: Content is protected !!