ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଙ୍କ ନୂଆପଡ଼ା ଗସ୍ତ

ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଙ୍କ ନୂଆପଡ଼ା ଗସ୍ତ

 ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଗସ୍ତ ରେ ଶନିବାର ତାନୱାଟ ଗ୍ରାମ ଠାରେ ସ୍ବାସ୍ଥ୍ୟ ଓ ଆରୋଗେ କେନ୍ଦ୍ର କୁ ପରିଦର୍ଶନ କରିଛନ୍ତି। ସେହିପରି ଆଶା ଦିନି କର୍ମୀ ଙ୍କୁ ସାକ୍ଷାତ କରି ବାର୍ତ୍ତାଳାପ କରିଥିଲେ। ଗର୍ଭବତୀ ମହିଳା ଏବଂ ଶିଶୁ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ସେବା ପ୍ରଦାନ ପାଇଁ ଆହ୍ବାନ କରିଛନ୍ତି।ଓଡ଼ିଶା ସମୃଦ୍ଧ ରାଜ୍ୟ ହୋଇଥିବା ବେଳେ ୪୯%ପ୍ରତିଶତ ବିଦ୍ୟାର୍ଥୀ ସ୍କୁଲ ପାଠ ଚାଡୁଛନ୍ତି। ଏହା ଚିନ୍ତନ ବିଷୟ ଅଟେ। ଶିକ୍ଷା ରେ ଡ୍ରପ ଆଉଟ ରୋକିବା ଉପରେ କାର୍ଯ୍ୟ କରିବାକୁ ଆହ୍ବାନ କରିବା ସହ ମାଁ ମାନଙ୍କୁ କେନ୍ଦ୍ର ସରକାରଙ୍କ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଜନା କାର୍ଯ୍ୟକାରୀ କରି ପ୍ରଦାନ ଦିଗରେ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ। ସେହିପରି ଗର୍ଭବତୀ ମହିଳାଙ୍କ ସହ ଭାବ ବିନିମୟ କରି ସବୁଜ ପନିପରିବା ଖାଇବାକୁ ଆହ୍ବାନ କରିଥିଲେ। ସେହିପରି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ ବେଳେ ବିଶେଷ ରୂପେ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଆହ୍ବାନ କରିଥିବା ବେଳେ ଜୈବିକ କୃଷି ପ୍ରଣାଳୀ ଉପରେ ସଚେତନ କରିବାକୁ କହିଥିଲେ। ଏନ ସି ଡ଼ି ରୋଗୀଙ୍କ ସଚେତନ ଆବଶ୍ୟକ ଅଛି।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅନ୍ୱେଷା ର ୧୨୭ ତମ ସାମୂହିକ ଜନ୍ମଦିବସ ପାଳନ

Sunil Chandra Nayak

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

masiha

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ

Sunil Chandra Nayak

Leave a Comment

error: Content is protected !!