ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଏନ୍. ମୋହନ କୁମାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଲା ଉଦଘାଟିତ 

ଏନ୍. ମୋହନ କୁମାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଲା ଉଦଘାଟିତ 

ଡାବୁଗାଁ, ୨୭/୧ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ମେଦନା ଯିବା ରାସ୍ତା ପାର୍ଶ୍ଵରେ ଥିବା ମିନି ଷ୍ଟାଡିୟମ୍ ଠାରେ ଶୁକ୍ରବାର ଡାବୁଗାଁ ସ୍ଵାଧୀନତା ସଂଗ୍ରାମୀ ସନୁ ମାଝୀ ଯୁବକ ସଂଘଙ୍କ ସହଯୋଗରେ ଏନ୍. ମୋହନ କୁମାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟ ଟି ଦିଲ୍ଲୀପ ନାୟକ ଙ୍କ ଦ୍ଵାରା ଉଦଘାଟନ ହୋଇଥିବା ବେଳେ ୩୨ଟି ଦଳ ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ଅଂଶଗ୍ରହଣ କରିବେ l ଉଦଘାଟନ ଦିବସ ରେ ପାପଡାହାଣ୍ଡି ବ୍ଳକ ମାନିଗାଁ ଦଳ ସହ ଝରିଗାଁ ବ୍ଳକ ଡଙ୍ଗରିଗୁଡ଼ା ଦଳ ଖେଳିଥିବା ବେଳେ ମାନିଗାଁ ଦଳ ୧୦ ଓଭରରେ ୧୧୭ ରନ୍ କରି ୪ ୱିକେଟ ହରାଇ ଥିଲେ ପ୍ରତି ବଦଳରେ ଡଙ୍ଗରିଗୁଡ଼ା ଦଳ ୯ ଓଭରରେ ୧୧୮ ରନ୍ କରି ୨ ୱିକେଟ ହରାଇ ବିଜୟୀ ହୋଇଥିଲେ l ପରେ କୋଷାଗୁମୁଡ଼ା ବ୍ଳକ ଡଙ୍ଗାପଖନା ଦଳ ସହ ଝରିଗାଁ ବ୍ଳକ ମଙ୍ଗରାଚଚରା ଦଳ ଖେଳି ୧୦ ଓଭରରେ ୯୮ ରନ୍ କରି ୪ ୱିକେଟ ହରାଇ ଥିଲେ, ପ୍ରତିବଦଳରେ ମଙ୍ଗରା- ଚଚରା ଦଳ ୧୦ ଓଭରରେ ୮୭ ରନ୍ କରି ୬ ୱିକେଟ ହରାଇ ପରାସ୍ତ ହୋଇ ଥିଲେ l ତେବେ ଦୁଇ ବିଜୟୀ ଦଳଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଜାରି ରହି ଡଙ୍ଗାପଖନା ଦଳ ୧୦ ଓଭରରେ ୧୧୫ ରନ୍ କରି ୬ ୱିକେଟ ହରାଇ ଥିବାବେଳେ ଡଙ୍ଗରିଗୁଡ଼ା ଦଳ ୧୦ ଓଭରରେ ୧୩୮ ରନ୍ କରି ୪ ୱିକେଟ ହରାଇ ବିଜୟୀ ହୋଇଥିଲେ | ଏଥିରେ ଅଜିତ, ଭଗବାନ, ସୁମିତ, ଖେମେଶ୍, ସୁନୀଲ, ଗୋପାଳ ପାଢୀ, ଘନ, ସୁରେଶ, କାହ୍ନୁ, ପ୍ରଦୀପ, ମୋଟୁ, ଗୋରା, ପୁରୁସ୍ତମ, ବୁଦୁ, ଖୋଗୋ, ଲିମୁ ଓ ନକୁଳ ପ୍ରମୂଖ ବେଶ ସୁନ୍ଦର ଭାବେ ସହଯୋଗ କରିଥିଲେ l ଆଜିର ଟୁର୍ଣ୍ଣାମେଣ୍ଟ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା ଠାକୁରାଣୀ ନକ ଆଉଟ ଟୁର୍ଣ୍ଣ।ମେଣ୍ଟ ମେରିଆବନ୍ଦଲି ଚମ୍ପିୟାନ

Sunil Chandra Nayak

ଚକାମଲେନ୍ ନକ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ନର୍ଲା କ୍ରିକେଟ କ୍ଳବ ତରଫରୁ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ଟିଟିଲାଗଡ଼ ଟିମ ଫାଇନାଲ୍ ରେ ପ୍ରବେଶ

Sunil Chandra Nayak

Leave a Comment

error: Content is protected !!