ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ 

ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ 

ରାୟଗଡ଼:-ତା.୨୯/୦୮-ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରବାଦ ପୁରୁଷ ଧ୍ୟାନ ଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ସ୍ଥାନୀୟ ସଦଭାବନା କ୍ରୀଡ଼ାଙ୍ଗନ ଠାରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ରାୟଗଡ,ପ୍ରଫୁଲ ବେହେରା,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ବ୍ୟାଡ଼ମେଣ୍ଟନ ସଂଘର କର୍ମକର୍ତ୍ତା, କ୍ରୀଡ଼ାବିତ, ସହୀଦ ଲକ୍ଷ୍ମଣ ଯୁବକ ସଙ୍ଘର କର୍ମକର୍ତ୍ତା,ପ୍ରେମ ପାହାଡ଼ ୱାକର୍ସ କ୍ଲବ, ଜିସିଡ଼ି ୱାକର୍ସ କ୍ଳବ, ମହିଳା ମହାବିଦ୍ୟାଳୟର, ଜିସିଡ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇ ପଦଯାତ୍ରାରେ କ୍ରୀଡା ଶିକ୍ଷକ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି, କଲେଜ,ସ୍କୁଲର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇ ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ବ୍ଲକ ଛକ ଦେଇ ଜ୍ୟୋତି ଛକ ଦେଇ ପର୍ଯ୍ୟନ୍ତ ଯିବା ପରେ ସେଠାରୁ ପୁଣି ଫେରି ସଦଭାବନା କ୍ରୀଡ଼ାଙ୍ଗନ ଠାରେ ସମାପନ ହୋଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମହା ବିଦ୍ୟାଳୟର କ୍ରୀଡା ଅଧ୍ୟାପିକା ରିତା ରାଣୀ ମିଶ୍ର,ୱେଟ ଲିଫଟିଙ୍ଗ ସଂଘର ଦୋରା କଣ୍ଡଗିରି, ବ୍ୟଡ଼ମୀଣ୍ଟନ ସଂଘର ମୁନା ବୈରଭ ଜୈନ,ଫୁଟବଲ ସଂଘର ମନୋଜ କୁମାର ନାୟକ,ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡ଼ାବିତ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶହୀଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

masiha

ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା 

Sunil Chandra Nayak

ରାଜ୍ୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ ଜବାହାର ହାଇସ୍କୁଲର ୩ ଛାତ୍ର

Sunil Chandra Nayak

Leave a Comment

error: Content is protected !!