ପୁରାତନ ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ଦାବିପତ୍ର ପ୍ରଦାନ
ଜୁନାଗଡ଼,୨୯/୨(ମ ନି ସ୍) -ଐତିହାସିକ ଜୁନାଗଡ଼ ସହରକୁ ମୁନିସିପାଲିଟି ଘୋଷଣା ପାଇଁ ଦାବୀ କରାଯାଇଛି।ତଥ୍ୟ ଅନୁଯାୟୀ , କଳାହାଣ୍ଡି ମହାରାଜା ଯୁଗସାଇଦେବ ଙ୍କ ସମୟରେ ୧୭୧୮ମସିହାରେ ଜୁନାଗଡ଼ କଳାହାଣ୍ଡି ନଗର ଓ ପରବର୍ତ୍ତୀ ସମୟରେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ କଟକ ସହର ପରି ଏହାର ଐତିହାସିକ ମହତ୍ଵ ରହିଛି। ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି ।ଜୁନାଗଡ଼ କଳାହାଣ୍ଡି ଜିଲ୍ଲା ର ପ୍ରଥମ ରାଜଧାନୀ ଭାବରେ ରାଜା ଅମଳ ରୁ ଥିଲା ୧୯୭୦ ମସିହା ମାର୍ଚ୍ଚ ୧୮ ତାରିଖ ରେ ଜୁନାଗଡ଼ ଏନଏସି ଗଠନ ହେଇଛି ଆଜିକୁ ୫୪ ବର୍ଷ ହେଇଗଲାଣି ଜୁନାଗଡ଼ ସହରରେ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି ଜୁନାଗଡ଼ କୁ ଲାଗି ରହିଥିବା କିଛି ଗ୍ରାମ କୁ ନେଇଗଲେ ଏହାର ଜନସଂଖ୍ୟା ପ୍ରାୟ ୩୫ ହଜାର ରୁ ଉର୍ଦ୍ଧ ହେଇଯିବ। ଏତେଦିନ ବିତିଗଲେ ମଧ୍ୟ ଆଜିପଯ୍ୟନ୍ତ ଜୁନାଗଡ଼ ଏନଏସି ର ନିଜସ୍ୟ ଘର ଗୋଟାଏ ମଧ୍ୟ ନାହିଁ ପାଠା ଗାରରେ ଚାଲିଛି ଅଫିସ ଗୃହ ଲଗାତାର ୧୯୯୫ ରୁ ୧୯୯୯ଚାରି ବର୍ଷ ଧରି ଓଡିଶା ରେ ଶ୍ରେଷ୍ଠ ଏନ ଏ ସି ଭାବରେ ମଧ୍ୟ ଆଖ୍ୟା ପାଇଛି, ଏହା ସହିତ ଗତବର୍ଷ ଦ୍ରୁତଗାମୀ ସହର ଭାବରେ ମହାମହିମ ରାଷ୍ଟ୍ରପତି ମଧ୍ୟ ଦିଲ୍ଲୀ ଠାରେ ପୁରସ୍କୃତ କରିଛନ୍ତି । ଦୀର୍ଘ ଦିନର କୋଠl ରେ ଅଫିସ ଗୃହ ଚାଲି ଥିବାରୁ ଏହା ଯୋଗୁ କୋଠା ର ଅବସ୍ଥା ମଧ୍ୟ ଶୋଚନୀୟ ଅଛି l ତେଣୁ ଏହି ଏନ ଏ ସି କୁ ମୁନ୍ସିପାଲିଟି ଘୋଷଣା ଦାବୀ ନେଇ ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ଦାଶ, ଯୁବ ନେତା ସlଉଳ ମଙ୍ଗରାଜ ପ୍ରମୁଖ ଓଡିଶା ନଗର ଉନ୍ନୟନ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି। ଏହା ସହ ନିର୍ବାଚନ ପୂର୍ବରୁ ଯଦି ଜୁନାଗଡ଼ କୁ ମୁନ୍ସିପାଲଟି ମାନ୍ୟତା ନ ଦିଅନ୍ତି ତାହେଲେ ଆନ୍ଦୋଳନ ର ପନ୍ଥା ଆପଣେଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି।
ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍


