ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟପାଳଙ୍କୁ ଭେଟିଲେ ପ୍ରକୃତି ପ୍ରେମୀ ସୁମନ୍ତ କୁମାର ଜେନା

ରାଜ୍ୟପାଳଙ୍କୁ ଭେଟିଲେ ପ୍ରକୃତି ପ୍ରେମୀ ସୁମନ୍ତ କୁମାର ଜେନା

ବସ୍ତା ,୧୦।୧: ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି, ସମାଜସେବୀ ତଥା ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନା ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ସୌଜନ୍ଯ ମୂଳକ ସାକ୍ଷାତ କରି ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସାକ୍ଷାତ ସମୟରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ଲାଷ୍ଟିକ୍ ବଦଳରେ ପରିବେଶ ଅନୁକୂଳ ଜିନିଷ ବ୍ୟବହାର ଓ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ଆଲୋଚନାରେ କହିଥିଲେ। ଗଛ ଲଗାଇ ଏ ଧରାକୁ ସବୁଜିମାରେ ପରିଣତ କରିବା ପାଇଁ ଶ୍ରୀଯୁକ୍ତ ଜେନାଙ୍କୁ ତାଙ୍କର ବିଭିନ୍ନ ସାମାଜିକ ସେବା କାର୍ଯ୍ୟ ଜାରି ରଖିବାକୁ ମହାମହିମ ଉପଦେଶ ଦେଇଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିକାଶ ର ଧାରା ଓଡ଼ିଶା ସାରା ରେ ମହିଳା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

masiha

ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

masiha

Leave a Comment

error: Content is protected !!