ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଫଟୋଗ୍ରାଫି ସିଣ୍ଡିକେଟ୍ ଗଠିତ ସଞ୍ଜୟ କୁମାର ପ୍ରଧାନ ସଭାପତି ଭାବେ ନିର୍ବାଚିତ  ସେପ୍ଟେମ୍ବର ୨୭ ରୁ ତିନି ଦିନିଆ ଫଟୋ ଫେୟାର 

ଓଡିଶା ଫଟୋଗ୍ରାଫି ସିଣ୍ଡିକେଟ୍ ଗଠିତ

ସଞ୍ଜୟ କୁମାର ପ୍ରଧାନ ସଭାପତି ଭାବେ ନିର୍ବାଚିତ 

ସେପ୍ଟେମ୍ବର ୨୭ ରୁ ତିନି ଦିନିଆ ଫଟୋ ଫେୟାର 

ରାଉରକେଲା: ଓଡିଶା ର ଫଟୋଗ୍ରାଫର ବନ୍ଧୁ ଙ୍କୁ ସଂଘବଦ୍ଧ ତଥା ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ରଖିବା ଉଦ୍ଦେଶ୍ୟରେ ରଶ୍ମୀ ରଞ୍ଜନ ଦାଶ ଙ୍କ ଆହ୍ଵାନ କ୍ରମେ ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲାରୁ ଫଟୋଗ୍ରାଫର ବନ୍ଧୁମାନେ ପୁରୀ ଜିଲ୍ଲାରେ ଏକତ୍ରିତ ହୋଇ ଫଟୋଗ୍ରାଫି କୁ ନେଇ ବର୍ତ୍ତମାନ ର ବିଭିନ୍ନ ସମସ୍ୟା ଓ ଅନ୍ଯାନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଆଲୋଚନାଚକ୍ରରେ ଉପସ୍ଥିତ ସଦସ୍ୟଙ୍କ ସେଲ୍ଫି ହ୍ୟାଣ୍ଡ ସେଟ୍, ମୋବାଇଲ୍ ନମ୍ୱର ପ୍ରଦାନ ସହ , ଗ୍ରୁପ୍ ଫଟୋ ଉଠାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରଯାଇଥିଲା। ଏହି କ୍ରମରେ ରାଉରକେଲା ର ସଞ୍ଜୟ କୁମାର ପ୍ରଧାନ ସଭାପତି, ଯାଜପୁର ର  ଅଜିତ୍ କୁମାର ପାଢ଼ୀ ଉପସଭାପତି, ବାଲେଶ୍ୱର ର ଶିବାଜୀ ରାଓ କାର୍ଯ୍ୟକାରୀ ସଭାପତି ,ଫୂଲବାଣୀ ର ରାଜେନ୍ଦ୍ର କୁମାର ପାଣିଗ୍ରାହୀ ସାଧାରଣ ସମ୍ପାଦକ,ପୁରୀ ର ସୁକାନ୍ତ କୁମାର ସାହୁ ଓ ନୟାଗଡ଼ ର ସୁରେନ୍ଦ୍ର କୁମାର ସାହୁ ଯୁଗ୍ମ ସମ୍ପାଦକ,ଗଞ୍ଜାମ ର ମାନସୀ ପ୍ରଧାନ ପରିଚାଳନା ସମ୍ପାଦକ,ଭୁବନେଶ୍ୱର ର ସୈନ୍ନ୍ୟାସୀ ପ୍ରଧାନ କୋଷାଧ୍ୟକ୍ଷ, ଗିରିଶ କୁମାର ପାତ୍ର, ପାଣୁ ଚରଣ ଖଟେଇ ଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲା। ଅନୁଷ୍ଠାନ ତରଫରୁ ଉପସ୍ଥିତ ସମସ୍ତ ପଦାଧିକାରୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବରରେ ଆସନ୍ତା ସେପ୍ଟେମ୍ବର ମାସର ୨୭,୨୮,୨୯ ତାରିଖ ତିନି ଦିନ ଧରି ଏକ ବିଶାଳ ଫଟୋ ଫେୟାର ଭୁବନେଶ୍ୱର ଠାରେ ହେବ ବୋଲି ସ୍ଥିର କରାଯାଇଥିଲା । ଏଥିପାଇଁ ମିଥୁନ କୁମାର ଜେନା ଓ ଗୌରୀ ଶଙ୍କର ମହାକୁଡ଼ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇ  ଫଟୋ ଫେୟାର ର ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଶେଷରେ ନୂତନ ସଭାପତି ଓ ସମ୍ପାଦକ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟର ସମସ୍ତ ଫଟୋଗ୍ରାଫର୍ ଭାଇ ଓ ଭଉଣୀ ମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରଞ୍ଜୁଲତା ପାଢୀଙ୍କୁ ମିଳିଲା ପୁରସ୍କାର

Sunil Chandra Nayak

ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଆରୋହଣର ୩୪ତମ ନିଖିଳୋତ୍କଳ ନାଟ୍ୟୋତ୍ସବ ମେ ୨୮ ରୁ ୩୦….

Leave a Comment

error: Content is protected !!