ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

କଂଗ୍ରେସର ବିଶାଳ ବାଇକ ରାଲି ଓ ପରିବର୍ତ୍ତନ ସମାବେଶ 

ବସ୍ତା,୧୧/୦୫ : ଏଥର ଜଳେଶ୍ୱରରେ ହେବ ସ୍ୱାଭିମାନର ଲଢେଇ । ବିଶାଳ ବାଇକ ରାଲି ଓ ପରିର୍ବନ ସଭା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କଂଗ୍ରେସ ବିଧାୟକ ପ୍ରାର୍ଥ ସୁଦର୍ଶନ ଦାସ । ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଜଳେଶ୍ୱର ନିର୍ବାଚନ ମଣ୍ଡଳିର ପାଉଁଶକୁଲି ଠାରେ କଂଗ୍ରେସର ବିଶାଳ ପରିବର୍ତ୍ତନ ସମାବେଶ ଅନୁଷ୍ଠୀତ ହୋଇଥିଲା । ଏହି ସମାବେଶରେ ୫ ହଜାରରୁ ଅଧିକ କର୍ମୀ ଯୋଗ ଦେଇଥିଲେ । ଜଳେଶ୍ୱରର ବିକାଶ ପାଇଁ ସୁଦର୍ଶନ ଏକମାତ୍ର ବିକଳ୍ପ ବୋଲି ମଂଚାସୀନ ଅତିଥି ମାନେ ମତ ଦୋଇଥିଲେ । ଜଳେଶ୍ୱରରେ କଂଗ୍ରେସ ଜିତିଲେ ଏଆଇସିସି ଘୋଷଣା କରିଥିବା ଇସ୍ତାହାର ଗୋଟି ଗୋଟି କରି ପୁରଣ କରିବେ ବୋଲି ଦୃଢତାର ସହିତ କହିଛନ୍ତି ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ । ବାଲେଶ୍ୱରର ବିକାଶ କେବଳ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସାଂସଦ ଥିବା ଶ୍ରୀକାନ୍ତ ଜେନାଙ୍କ ସମୟରେ ହୋଇଛି ବୋଲି ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା କହିଛନ୍ତି । ଏହି ସମାବେଶରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଏବଂ ଜଳେଶ୍ୱର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ୬୦ ନଂ ଜାତୀୟ ରାଜପଥ ଭେଲୋରା ଠାରୁ ଏକ ବିଶାଳ ବାଇକ ରାଲି ବାହାରି ପାଉଁଶକୁଲି ହାଟ ପଡିଆରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ପହିଞ୍ଚିଥିଲ । ଏଥର ଦେଶରେ ଏବଂ ରାଜ୍ୟରେ ପରିର୍ବନ ପାଇଁ ଉଭୟ ସାଂସଦ ଏବଂ ବିଧାୟକଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜିତାଇବା ପାଇଁ ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଇଥିଲେ ।

==============================

ବେଆଇନ କରତକଳ ଉପରେ ବନବିଭାଗର ଚଢାଉ,4 ଲକ୍ଷ ରୁ ଉର୍ଧ୍ବ ଟଙ୍କାର କାଠ ଏବଂ ଯନ୍ତ୍ରାଶ ଜବତ 

ବସ୍ତା,୧୧/୦୫ : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ବେଆଇନ କରତକଳ ଉପରେ ବନବିଭାଗ ର ଚଢାଉ , 4 ଲକ୍ଷ ରୁ ଉର୍ଧ୍ବ ଟଙ୍କା କାଠ ଏବଂ ଯନ୍ତ୍ରାଶ ଜବଦ, ସୂଚନା ଅନୁଯାୟୀ ଗୋବିନ୍ଦପୁର ଗ୍ରାମରେ ଦୀର୍ଘ ଦିନ ଧରି ବେଆଇନ କରତକଳ ଚାଲୁ ଥିବା ବେଳେ କରତକଳ କୁ ବନ୍ଦ କରିବା ପାଂଇ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଥିଲେ, ତେବେ ଶନିବାର ସକାଳ ସମୟରେ ବାଲେଶ୍ବର ଫରେଷ୍ଟ ଡିଭିଜନ ର ଏସିଏଫ ସୁଶ୍ରୀ ସସ୍ମିତା ସାହୁ ଏବଂ ଚାନ୍ଦିପୁର ୱାଇଲ୍ଡ ଲାଇଫ ଡିଭିଜନ ର ଏସିଏଫ ଜୟଶ୍ରୀ ମୁର୍ମୁ ଙ୍କ ନେତୃତ୍ବ ରେ ସ୍ବତନ୍ତ୍ର ଟିମ ଗଠନ କରି ଗୋବିନ୍ଦପୁର ଗ୍ରାମରେ ଥିବା ବେଆଇନ କରତକଳ ଉପରେ ଚଢାଉ କରାଯାଇ ଥିଲା, ଚଢାଉ ସମୟରେ କରତକଳ ର ମାଲିକ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ 4 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର କାଠ ଏବଂ ଯନ୍ତ୍ରାଶ ବନବିଭାଗ ଜବତ କରିଛି, ଏହି ଚଢାଉ ରେ ଲଙ୍ଗଳେଶ୍ବର ଫରେଷ୍ଟ ବିଟ୍ ର ଫରେଷ୍ଟର ହୃଶିକେଶ ପ୍ରଧାନ ଙ୍କ ସମେତ ଜଳେଶ୍ବର ଫରେଷ୍ଟ ରେଞ୍ଜ ର ସମସ୍ତ ଅଧିକାରୀ , ମାଜିଷ୍ଟ୍ରେଟ ହିସାବରେ ବସ୍ତା ଅତିରିକ୍ତ ତହସିଲଦାର ଏବଂ ସିଂଲା ଥାନା ପୋଲିସ ଟିମ ସାମିଲ ହୋଇ ଥିଲେ।

==============================

ଛିଡା ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା,୧୧/୦୫ : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର ଶନିବାର ଭୋର ସମୟରେ ପୁରୁଣା ଟୋଲଗେଟ ଠାରେ ଛିଡା ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଲା କାର, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ କାର ପଶ୍ଚିମବଙ୍ଗ ରୁ ବାହାରି ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ପୁରୁଣା ଟୋଲଗେଟ ଠାରେ ଛିଡା ହୋଇଥିବା ଟ୍ରକ କୁ ଉକ୍ତ କାର ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଇଥିଲା ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ କାର ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି l

==================================

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ବସ୍ତା,୧୧/୫ : ସିଂଲା ଥାନା ଅର୍ନ୍ତଗତ କଷାଫଳ ପଞ୍ଚାୟତର ସାହୁ ଚକ ଗ୍ରାମ ର ଅମୂଲ୍ୟ କୁମାର ପୁଣ୍ଟି ର ସ୍ତ୍ରୀ ବିନତୀ ପୁଣ୍ଟି (୪୦) ଙ୍କର ଶନିବାର ଅପରାହ୍ନ ରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହିତ ବର୍ଷା ହୋଇଥିଲା। ବିନତୀ ବିଲକୁ ଗୋରୁ ଆଣିବାକୁ ଯାଇଥିବା ବେଳେ ବଜ୍ରପାତରେ ଶିକାର ହୋଇଥିଲେ। ମହିଳା ଜଣଙ୍କ ବସ୍ତା ଡ଼ାକ୍ତରଖାନାକୁ ନେଇ ଯାଇଥିଲେ ସେଠାରେ ଡାକ୍ତର ମୃତୁ ଘୋଷଣା କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

 

 

Related posts

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର, ଭବାନୀପାଟଣା ଜନ୍ମାଷ୍ଟମୀ ଅବସରରେ କୃଷ୍ଣମୟ ହେଲା ବିଦ୍ୟାଳୟ ପରିସର

masiha

ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା କାର୍ଯ୍ୟକ୍ରମ

masiha

ମହିଳା ବିଜେଡି ତରଫରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!